Latest Odisha News

BREAKING NEWS

ଆଜି ଆରମ୍ଭରୁ ବିଧାନସଭା ହୁଲସ୍ତୁଲ, ଶାସକ-ବିରୋଧୀ ଦଳ ମୁହାଁମୁହିଁ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି କମ୍ପିଲା । ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଛନ୍ତି । ମଣ୍ଡି ଓ ଚାଷୀ ପ୍ରସଙ୍ଗରେ ହୁଲସ୍ତୁଲ ହୋଇଛି ଗୃହ । ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ବିରୋଧୀ ଗୃହ ଭିତରେ ନାରାବାଜି ଦେଇଥିଲେ । ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି ।

ସେପଟେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଧମକ ଦେଇ ପ୍ରତିବାଦ କରିଛି ବିଜେଡି । ଆତ୍ମହତ୍ୟା ଧମକ ଦେଇଥିବାରୁ ବିଧାୟକ କ୍ଷମା ମାଗନ୍ତୁ ବୋଲି ଦଳ ଦାବି କରିଛି । ନଚେତ୍ ଗୃହକୁ ଚଳାଇ ଦେବେ ନାହିଁ ବୋଲି ବିଜେଡି ବିଧାୟକ କହିଛନ୍ତି । ପ୍ରବଳ ହଟ୍ଟଗୋଳ ଲାଗି ରହିବାରୁ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

Leave A Reply

Your email address will not be published.