Latest Odisha News

BREAKING NEWS

ଜନ୍ମଦିନରେ ସାମ୍‌ନାକୁ ଆସିବ ଆଲିଆଙ୍କ ନୂଆ ଲୁକ୍‌

ନୂଆଦିଲ୍ଲୀ: ମାର୍ଚ୍ଚ ୧୫ରେ ଆଲିଆ ଭଟ୍ଟଙ୍କୁ ୨୮ ବର୍ଷ ହେବ। ଏହି ଅବସରରେ ଆଲିଆଙ୍କ ଅଭିନୀତ ଚଳଚ୍ଚିତ୍ର ଆରଆରଆରରେ ଆଲିଆଙ୍କ ସୀତାଙ୍କ ଅବତାରର ପ୍ରଥମ ଲୁକ୍‌ ମଧ୍ୟ ପ୍ରକାଶ ପାଇବ। ଆରଆରଆରର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ୍ ପ୍ରକାଶ କରିଛି ଯେ ଫିଲ୍ମ ଆରଆରଆରରେ ଆଲିଆଙ୍କ ଚରିତ୍ର ସୀତାଙ୍କ ପ୍ରଥମ ଲୁକ୍ ସାମ୍‌ନାକୁ ଆସିବ।

BjdElectrycity

ଏହି ଚଳଚ୍ଚିତ୍ରରେ ସେ ରାମ ଚରଣଙ୍କ ଆଲୁରି ସୀତାରାମା ରାଜୁଙ୍କ ବିପକ୍ଷରେ ନାୟିକା ହୋଇଛନ୍ତି। ଏସଏସ ରାଜାମୌଲିଙ୍କ ଦ୍ୱାରା ନିର୍ଦ୍ଦେଶିତ ଆରଆରଆର ହେଉଛି ଦୁଇ ତେଲୁଗୁ ସ୍ୱାଧୀନତା ସଂଗ୍ରାମୀ ଆଲୁରି ସୀତାରାମା ରାଜୁ ଏବଂ କୋମରାମ ଭୀମଙ୍କ ଏକ କାଳ୍ପନିକ କାହାଣୀ। ଏହି ଚଳଚ୍ଚିତ୍ରଟି ଅକ୍ଟୋବର ୧୩ ରେ ଏକାଧିକ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Leave A Reply

Your email address will not be published.