Latest Odisha News

ଶିମିଳିପାଳ ଗଲା ବିଜେପି ଟିମ୍

ଭୁବନେଶ୍ବର : ନିଆଁର ଘେରରେ ରାଜ୍ୟର ଅନେକ ପାହାଡ଼ ଓ ବନାଞ୍ଚଳ । ନିଆଁ ଆୟତ୍ତ ହୋଇ ସାରିଥିବା କଥା ସରକାର କହୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ଜଙ୍ଗଲ ନିଆଁର ସ୍ଥିତି କଣ ରହିଛି ଓ ଏହାର ପ୍ରଭାବରେ କେତେ ପ୍ରଭାବିତ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା ଓ ବନ୍ୟଜନ୍ତୁ । ଏହାର ତଥ୍ୟ ସଂଗ୍ରହ ପାଇଁ ଶିମିଳିପାଳ ଗସ୍ତ କରିଛି ୧୫ ଜଣିଆ ବିଜେପି ପ୍ରତିନିଧି ଦଳ ।

ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ବରେ ଶିମିଳିପାଳ ଗସ୍ତ କରିଛି ୧୫ ଜଣିଆ ଟିମ୍ । ଜଙ୍ଗଲରେ ନିଆଁ ଲିଭାକୁ ନେଇ ସରକାର ଯେଉଁ ତଥ୍ୟ ଦେଇଛନ୍ତି, ତାର ଅନୁଧ୍ୟାନ କରିବ ଟିମ୍ । ଶିମିଳିପାଳ ବୁଲିବା ସହ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବ ଦଳ । ସ୍ଥାନୀୟ ସରକାରୀ ଅଧିକାରୀ ସହ ବିଚାର ବିମର୍ଶ କରିବ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ବିଧାନସଭାରେ ଆଲୋଚନା କରିବ ଦଳ ।

ଏହି ୧୫ ଜଣିଆ ପ୍ରତିନିଧି ଦଳରେ ଅଛନ୍ତି ସୁବାଷ ପାଣିଗ୍ରାହୀ, ସୁକାନ୍ତ ନାୟକ, ଭାସ୍କର ମଢ଼େଇ, ନାଉରି ନାୟକ, ନବଚରଣ ମାଝୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗଣେଷ ରାମ ଖୁଣ୍ଟିଆ, ପ୍ରକାଶ ସୋରେନ୍, ଜୟନ୍ତ ଷଡ଼ଙ୍ଗୀ, ବୁଧନ ମୁର୍ମୁ, ସନାତନ ବିଜୁଳି, ମୁକେଶ ମହାଲିଙ୍ଗ । ଏହାସହ ମୟୂରଭଞ୍ଜର ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁଜାତା ମୁର୍ମୁ, ଉପାଧ୍ୟକ୍ଷ ନରେନ୍ଦ୍ର ସାହୁ ପ୍ରମୁଖ ସାମିଲ ହୋଇଛନ୍ତି ।

Comments are closed.