Latest Odisha News

BREAKING NEWS

କରୋନାରେ ପଞ୍ଜାବ ପୋଲିସ ଡିଏସପି ବୀରେନ୍ଦ୍ରପାଲ ସିଂଙ୍କ ଦେହାନ୍ତ 

ଛଣ୍ଡୀଗଡ: ପଞ୍ଜାବ ଜଳନ୍ଧରର ଶାହକୋଟରେ ମୁତୟନ ଡିଏସପି ବୀରେନ୍ଦ୍ରପାଲ ସିଂଙ୍କ କରୋନାରେ ଆଜି ମୃତ୍ୟୁ ହୋଇଛି । କିଛିଦିନ ପୂର୍ବେ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା । ଏହାପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜିଟିଭ ଆସିଥିଲା ।

ବୀରେନ୍ଦ୍ରପାଲଙ୍କର ଲୁଧିୟାନା ପ୍ରାଇଭେଟ୍ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । କୋଭିଡ୍ କାରଣରୁ ତାଙ୍କର ଫୁସଫୁସରେ ସଂକ୍ରମଣ ହୋଇଯାଇଥିଲା । ଡିଏସପି ବୀରେନ୍ଦ୍ରପାଲ ସିଂଙ୍କ ମୃତ୍ୟୁପରେ ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି ।

ପୋଲିସର ବହୁ ବଡ ଅଧିକାରୀ ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କର ଅନ୍ତିମ ସଂସ୍କାର ଲୁଧିୟାନାର ସରାଭା ନଗରରେ କରାଯିବ ।

Leave A Reply

Your email address will not be published.