Latest Odisha News

ଆଜିଠାରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର: ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ୟୁନାଇଟେଡ୍ ଫøାରମ୍ ଅଫ୍ ବ୍ୟାଙ୍କ ୟୁନିଅନ(ୟୁବିଏଫ୍‌ୟୁ) ପକ୍ଷରୁ ଆଜି ଓ ଆସନ୍ତାକାଲି ଧର୍ମଘଟ ଡାକରା ଦିଆଯାଇଛି । ତେଣୁ ନଅଟି ବ୍ୟାଙ୍କ କର୍ମଚାରୀ ସଂଘ ଓ ଅଧିକାରୀ ସଂଘ ଆଜିର ଧର୍ମଘଟରେ ସାମିଲ ହୋଇଛନ୍ତି ।
ଦେଶବ୍ୟାପୀ ପ୍ରାୟ ୧୦ ଲକ୍ଷରୁ ଅଧିକ କର୍ମଚାରୀ ଏଥିରେ ସାମିଲ ହେବେ ।

ସପ୍ତାହ ଆରମ୍ଭରୁ ଦୁଇ ଦିନ ବ୍ୟାଙ୍କ ବନ୍‌ଦ ରହୁଥିବାରୁ ଟଙ୍କା ଉଠା, ଜମା ଓ ଚେକ୍ କ୍ଲିଅରାନ୍ସ ଆଦି ପ୍ରଭାବିତ ହେବ । ଗତ ଶନିବାର ଓ ରବିବାର ବ୍ୟାଙ୍କ ବନ୍ଦ ରହି ଥିବା ବେଳେ ଏବେ ଦୁଇ ଦିନର ଧର୍ମଘଟ ରହିଛି । ବୁଧବାରଠାରୁ ବ୍ୟାଙ୍କ ସେବା ସ୍ୱାଭାବିକ ହେବ ।

Leave A Reply

Your email address will not be published.