Latest Odisha News

BREAKING NEWS

ଏସିଆର ବଡ଼ ମହିଳା ମାର୍କେଟ, କେବଳ ବିବାହିତ ମହିଳା ଦୋକାନ ଖୋଲିବାକୁ ଅନୁମତି 

ମଣିପୁର: ଏମିତି ଏକ ମାର୍କେଟ ଯାହା ଅନ୍ୟ ମାର୍କେଟ ଠାରୁ ଟିକେ ଖାସ୍ ରହିବ । କାରଣ ମଣିପୁରରେ ଥିବା ଏହି ମାର୍କେଟର ସ୍ବତନ୍ତ୍ରତା ହେଉଛି, ଏଠାରେ ଯେତେ ବି ଦୋକାନୀ ଅଛନ୍ତି ସମସ୍ତେ ଜଣେ ଜଣେ ମହିଳା । ଶୁଣିବାକୁ ଟିକେ ଅଜବ ଲାଗୁଥିବ । 

BjdElectrycity

ଏକ ଏଭଳି ବଜାର ଯେଉଁଠି ଦେଖିବାକୁ ମିଳନ୍ତିନି ଜଣେ ବି ପୁରୁଷ ଦୋକାନୀ । ଏକ ମାର୍କେଟ ଯେଉଁଠି ସବୁ ଦୋକାନୀ ଜଣେ ଜଣେ ମହିଳା । ବଜାରର ଏ ମୁଣ୍ଡରୁ ସେ ମୁଣ୍ଡ ଯେଉଁ ଦୋକାନକୁ ଦେଖିଲେ ସବୁଠି ମହିଳା । ମଣିପୁର ଇମ୍ଫାଲରେ ଥିବା ଏହି ମାର୍କେଟର ନାଁ ହେଉଛି ମଦର୍ସ ମାର୍କେଟ । ଏହି ବଜାରକୁ ଆପଣ ଯେବେ ଯିବେ ଏଠି ପାଖାପାଖି ୪ ହଜାର ଦୋକାନ ଦେଖିବେ । ଯେଉଁଠି ଦୋକାନୀମାନେ କେବଳ ମହିଳା । ଏହି ସମସ୍ତ ମହିଳା ଏହି ଦୋକାନରୁ ହିଁ ନିଜ ପରିବାରର ପେଟ ପୋଷନ୍ତି । 

ମଦର୍ସ ମାର୍କେଟରେ କୌଣସି ପୁରୁଷ ଦୋକାନ ଖୋଲିବା ମନା । ଏହାକୁ ଏସିଆର ସବୁଠୁ ବଡ ମହିଳା ବଜାର କୁହାଯାଏ । ଯେଉଁଠିକୁ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ପହଞ୍ଚିଥାନ୍ତି ମାର୍କେଟିଂ ପାଇଁ । ଆଉ ନିଜ ମନପସନ୍ଦର ପ୍ରତ୍ୟେକ ଜିନିଷ ଏଠାରୁ କିଣି ନିଅନ୍ତି । ସେ ପୂଜା ସାମଗ୍ରୀ ହେଉ କି ଘର ପାଇଁ ସଉଦା କି ପନିପରିବା ଯାହା ଏଠି ଆପଣ ଖୋଜିବେ ପାଇଯିବେ । କେବଳ ସେତିକି ନୁହେଁ ଏଠାରେ କପଡା, ମଣିପୁରୀ ପାରମ୍ପରିକ ଜିନିଷ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବି ଉପଲବ୍ଧ । 

ଏହି ମାର୍କେଟ ଆଜିର ନୁହେଁ । ଏହାର ଇତିହାସ ବହୁ ପୁରୁଣା । ରାଜା ମହାରାଜା କାଳରୁ ଏହି ବଜାର ଚାଲି ଆସୁଛି । କୁହାଯାଏ ଆଜକୁ ୫ଶହ ବର୍ଷ ପୂର୍ବରୁ ଏହି ମାର୍କେଟ ଆରମ୍ଭ ହୋଇଛି । ସେବେଠୁ ଏପର୍ଯ୍ୟନ୍ତ ସେହି ଢଙ୍ଗରେ ଏହି ମାର୍କେଟ ଚାଲି ଆସୁଛି । 

ଏହି ବଜାରର କିଛି ନିୟମ ବି ରହିଛି । ଯେମିତି କି ଏହି ବଜାରରେ କେବଳ ବିବାହିତ ମହିଳା ହିଁ ଦୋକାନ ଖୋଲି ପାରିବେ । ଏଠାରେ ଦୋକାନ ଖୋଲିଥିବା ମହିଳା ବାର୍ଷିକ ୭୦ ହଜାରରୁ ୨ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି ।  

Leave A Reply

Your email address will not be published.