Latest Odisha News

ବରଗଡର ସଫଳ ଚାଷୀ ରାମକୃଷ୍ଣ ସାହୁ ….କଣ ତାଙ୍କ ସଫଳତାର ରହସ୍ୟ, ଆସନ୍ତୁ ଜାଣିବା

ବରଗଡ: ସୋହେଲା ବ୍ଲକ ଘୁମୁନିପାଲି ଗାଁର ରାମକୃଷ୍ଣ ସାହୁ । ପରିବାର କହିଲେ ବାପା, ମା, ସ୍ତ୍ରୀ ଏବଂ ଗୋଟେ ଝିଅ । ବାପା ତାଙ୍କର ଚାଷ କାମ କରି ପରିବାର ଚଳାଉଥିଲେ । ରାମକୃଷ୍ଣ ନବମ ଶ୍ରେଣୀ ଯାଏଁ ପାଠ ପଢିବା ପରେ ସହରକୁ ବାହାରକୁ ଯାଇ ଏକ ବେସରକାରୀ ସଂସ୍ଥାରେ ଦୀର୍ଘ ୭ ବର୍ଷ କାଳ ରାଜମିସ୍ତ୍ରୀ କ।ମ କରିବାକୁ ଲାଗିଲେ । କିନ୍ତୁ ସେଥିରୁ ଯାହା ରୋଜଗାର ହେଉଥିଲା ସେଥିରେ ପରିବାର ଚଳାଇବା କଷ୍ଟକର ଥିଲା । ଏଥି ପାଇଁ ସେ ନିଷ୍ପତ୍ତି ନେଲେ ବାପାଙ୍କ ସହ ମିଶି ଚାଳ କାମ କରିବେ । କିନ୍ତୁ ଚାଷ କାମରେ ଅଭିଜ୍ଞତା ନ ଥିବାରୁ ସେ ଏତେଟା ଲାଭ ପାଇପାରୁ ନ ଥିଲେ । କେମିତି ନୂଆ କୌଶଳ ଏବଂ ବୈଜ୍ଞାନିକ ପଦ୍ଧତି ପ୍ରୟୋଗ କରି ଅଧିକ ଅମଳ କରିପାରିବେ ସେଥି ପାଇଁ ଚେଷ୍ଟା ଜାରି ରଖିଥିଲେ ।

ରାମକୃଷ୍ଣଙ୍କ ମୋଟ ସାଢେ ଚାରି ଏକର ଚାଷ ଜମି ମଧ୍ୟରୁ ସେ ବର୍ଷା ଋତୁରେ ୩ ଏକର ଜମିରେ ଧାନ ଚାଷ, ଅଧ ଏକର ଜମିରେ ମାଛ ଚାଷ , ଏକ ଏକର ଜମିରେ ମୁଗ, ବାଦାମ, ବିଲାତି, ବାଇଗଣ, ଆମ୍ବ ଇତ୍ୟାଦି ଚାଷ କରିଥାନ୍ତି । ସେହିପରି ରବି ଋତୁରେ ବୋରିଙ୍ଗ ପ।ଣି ବ୍ୟବହାର କରି ୨ ଏକର ଜମିରେ ଧାନ, ଅଧ ଏକର ଜମିରେ ସୋରିଷ ଏବଂ ଆଉ ଏକ ଅଧ ଏକର ଜମିରେ ମୁଗ, ଝୁଡୁଙ୍ଗ, ବାଇଗଣ ଇତ୍ୟାଦି ଚାଷ କରିଥାନ୍ତି ।

୨୦୧୭ ମସିହା ଜୁଲାଇ ମାସରେ ତାଙ୍କ ପାଖକୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଏକ ଭଏସ୍ ମେସେଜ୍ ଆସିଥିଲା ଏବଂ ସେଥିରେ ଚାଷ ସ‌ମ୍ବ‌ନ୍ଧୀୟ ଅଧିକ ସୂଚନା ପାଇବା ପାଇଁ ଦେୟମୁକ୍ତ ନମ୍ବର ୧୮୦୦-୪୧୯-୮୮୦୦ ରେ ଯୋଗାଯୋଗ କରିବା ନିମନ୍ତେ ସୂଚନା ଦିଆଯାଇଥିଲା । ଏହି ସମୟରେ ସେ ରିଲାଏନ୍ସ ଫାଉଣ୍ଡେସନର ସୂଚନା ସେବାରେ ଚାଷୀମାନଙ୍କ ପାଇଁ ନାନା ବିଧି କାର୍ଯ୍ୟ‌କ୍ରମ ସମ୍ପର୍କରେ ଜାଣି ପାରିଥିଲେ । କୃଷିକାର୍ଯ୍ୟ ନିମନ୍ତେ ବିଶ୍ଵସନୀୟ ସଂସ୍ଥାଠାରେ ଉପଲବ୍ଧ ଥିବା କୃଷି ସୂଚନା ଓ ପରାମର୍ଶ ସଠିକ ସମୟରେ ଡିଜିଟାଲ ସେବା ଜରିଆରେ ଚାଷୀ ଭାଇମାନଙ୍କ ନିକଟରେ ନିଃଶୁଳ୍କରେ ପହଞ୍ଚାଇବା ରିଲାଏନ୍ସ ଫାଉଣ୍ଡେସନ ଏକ ଅଭିନବ ପ୍ରୟାସ । ମୋବାଇଲ ଭଏସ ମେସେଜ ମାଧ୍ୟମରେ ଦୈନିକ କୃଷି ଓ ଗୋପାଳନ ଭିତ୍ତିକ କୃଷି ସନ୍ଦେଶ, ୧୮୦୦-୪୧୯-୮୮୦୦ ନିଶୁଳ୍କ ହେଲ୍ପଲାଇନ ନମ୍ବରରେ କୃଷି ବିଶେଷଜ୍ଞଙ୍କ ସହ ସିଧାସଳଖ ପରାମର୍ଶ ତଥା ‌ହ୍ୱାଟସ୍ଆପ୍ ମାଧ୍ୟମରେ ପରାମର୍ଶ ,ଅଡିଓ/ ଭିଡିଓକନଫରେନ୍ସ, କାର୍ଯ୍ୟକ୍ରମରେ ଭାଗନେଇ ନିଜର ଚାଷ ସମ୍ବନ୍ଧୀୟ ପରାମର୍ଶ ସେ ପାଇପାରିବେ ବୋଲି ତାଙ୍କୁ ରିଲାଏନ୍ସ ଫାଉଣ୍ଡେସନର ପ୍ରତିନିଧି ଜଣକ ବୁଝାଇଥିଲେ ।

ସେବେଠାରୁ ସେ ତାଙ୍କର ସମସ୍ତ ଚାଷ ସମ୍ବଧୀୟ ସମସ୍ୟା ର ସମାଧାନ ପାଇଁ ରିଲାଏନ୍ସ ଫାଉଣ୍ଡେସନର ସହାୟତା ଲୋଡିବାରେ ଲାଗିଲେ ଏବଂ ସେ ଲକ୍ଷ୍ୟ କଲେ ତାଙ୍କର ଧୀରେ ଧୀରେ ଚାଷରେ ହେଉଥିବା ଖର୍ଚ୍ଚ କମିବା ସଙ୍ଗେ ସଙ୍ଗେ ଲାଭ ମଧ୍ୟ ଅଧିକ ହେବାରେ ଲାଗିଲା । ଗତବର୍ଷ ରବି ଋତୁରେ ସେ ୨ ଏକର ଜମିରେ ଧାନ ଚାଷ କରିଥିଲେ କିନ୍ତୁ ସେଇ ସମୟରେ ଧାନଗଛ ପତ୍ରଲାଲ ହୋଇ ଗଛଟି ପୋଡିଗଲା ଭଳି ଦେଖା ଯାଉଥିଲ। ସେହି ସମୟରେ ସେ ରିଲାଏନ୍ସ ଫାଉଣ୍ଡେସନର ହେଲ୍ପଲାଇନ ନମ୍ବର ୧୮୦୦-୪୧୯-୮୮୦୦ ରେ କଲ କରି କୃଷି ବିଶେଷଜ୍ଞ ପରାମର୍ଶ ନେଇ କିଛି ଔଷଧ ଗଛରେ ସ୍ପ୍ରେ କରିବା ଦ୍ଵାରା ଏ ସମସ୍ୟାର ସମାଧାନ ହୋଇପାରିଲା । ସେ ୪୦ହଜାରରୁ ୫୦ ହଜାର ଟଙ୍କାର ଧାନ ନଷ୍ଟ ହେବାରୁ ରକ୍ଷା ହୋଇପାରିଥିଲା । ସେହିବର୍ଷ ଅଧ ଏକର ଜମିରେ ସେ ବିଲାତି ଚାଷ କରିଥିଲି କିନ୍ତୁ ସମୟକ୍ରମେ ବିଲାତି ଗଛର ପତ୍ରମୋଡି ହୋଇଯାଉଥିଲା ଏବଂ ଫୁଲ ଫଳ ଝଡିଯାଉଥିଲା । ସେଇ ସମୟରେ ସେ ରିଲାଏନ୍ସ ଫାଉଣ୍ଡେସନର ହେଲ୍ପଲାଇନ ନମ୍ବରକୁ କଲ କରି କୃଷି ବିଶେଷଜ୍ଞ ପରାମର୍ଶ ନେଇ ପ୍ରାୟ ୨୭ କୁଇଣ୍ଟାଲ ବିଲାତି ଅମଳ କରିବାରେ ସକ୍ଷମ ହୋଇଥିଲେ । ଯାହାକୁ ସମୟକ୍ରମେ ସେ ବଜାରରେ ୧୫ ଟଙ୍କା ହିସାବରେ ୪୦ ହଜାର ୫୦୦ ଟଙ୍କାରେ ବିକ୍ରି କାରିବାରେ ସକ୍ଷମ ହୋଇଥିଲେ ।

ସେହିପରି ୨୦୧୯ ମସିହାରେ ସେ ଅଧ ଏକର ଜାଗାରେ ଥିବା ପୋଖରୀରେ ସେ ୧୦୦୦ ଟି ମାଛ ଯାଁଆଳା ଛାଡିଥିଲେ । କିନ୍ତୁ କିଛିସମୟ ଅନ୍ତରରେ ମାଛ ଯାଁଆଳାଗୁଡିକ ଗୋଟେ ଗୋଟେ କରି ମରି ପୋଖରୀରେ ଭାସିବାକୁ ଲାଗିଲେ । ଏହାକୁ ଦେଖି ସେ ବ୍ୟସ୍ତ ହୋଇପଡି ଥିଲେ । ସାଙ୍ଗେ ସାଙ୍ଗେ ରିଲାଏନ୍ସ ଫାଉଣ୍ଡେସନ କୃଷି ବିଶେଷଜ୍ଞ ପରାମର୍ଶ ନେଇଥିଲେ । କୃଷି ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ସେ କିଛି ଚୂନ ଏବଂ ଔଷଧ ପୋଖରୀରେ ପ୍ରୟୋଗ କରିବା ଦ୍ଵାରା ମାଛ ଯାଁଆଳା ମୃତ୍ୟୁ କୁ ରୋକିବାରେ ସେ ସକ୍ଷମ ହୋଇପାରିଥିଲେ । ଆଉ ପ୍ରାୟ ୧୦ କୁଇଣ୍ଟାଲ ମାଛ ଅମଳ କରି ବଜାରରେ ୧୫୦ ଟଙ୍କା କେଜିପ୍ରତି ସମୁଦାୟ ଦେଢ ଲକ୍ଷ ଟଙ୍କା ପାଇପାରିଥିଲେ ।

ସେହିପରି ଗତବର୍ଷ ଏକ ଏକର ଜମିରେ ସେ କଦଳୀ ଚାଷ କରିବା ପାଇଁ ନିଷ୍ପତି ନେଇଥିଲେ । କିନ୍ତୁ କଦଳୀ ଚାଷରେ ତାଙ୍କର କୌଣସି ବିଶେଷ ଅଭିଜ୍ଞତା ନଥିବାରୁ ସେ ସାର ପ୍ରୟୋଗଠାରୁ ଆରମ୍ଭ କରି ସମସ୍ତ ରୋଗ ଏବଂ ପୋକର ନିୟନ୍ତ୍ରଣ ଲାଗି ରିଲାଏନ୍ସ ଫାଉଣ୍ଡେସନର ବିଶେଷଜ୍ଞଙ୍କ ସହାୟତା ନେଇଥିଲେ । ଯାହାଦ୍ୱାରା ସେ କଦଳୀ ଚାଷରେ ପତ୍ର ହଲଦିଆ ରୋଗଠାରୁ ଆରମ୍ଭ କରି ବିଭିନ୍ନ ରୋଗପୋକକୁ ସଠିକ ଭାବରେ ନିୟନ୍ତ୍ରଣ କରିପାରିଥିଲେ । ସେ କଦଳୀ ଚାଷରେ ପ୍ରାୟ ଦଶ ହଜାର ଟଙ୍କ।ର ଅଧିକ ଲାଭ ପାଇବେ ବୋଲି ଆଶା ରଖିଛନ୍ତି।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବରଗଡ ଜିଲ୍ଲାର ଚାଷୀ ଭାଇମାନଙ୍କୁ ନେଇ ଏକ ହ୍ୱାର୍ଟଆପ୍ ଗ୍ରୁପ ଖୋଲାଯାଇଛି । ଯେଉଁଥିରେ ରାମକୃଷ୍ଣ ଏବଂ ତାଙ୍କ ପରି ଆହୁରି ୨୫୦ ଜଣ ଚାଷୀ ଭାଇ ସଦସ୍ୟ ଅଛନ୍ତି । ଯେଉଁଥିରେ ଚାଷୀ ଭାଇମାନେ ନିଜର ଘରେ କିମ୍ବା କ୍ଷେତରେ ଥାଇ ଚାଷ ସମ୍ବ‌ନ୍ଧୀୟ ସମସ୍ୟାର ଫୋଟୋ କିମ୍ବା ଲେଖା ପଠାଇଲେ ସେହି ଗ୍ରୁପରେ ଥିବା କୃଷି ବିଶେଷଜ୍ଞ ମାନଙ୍କ ଠାରୁ ସାଙ୍ଗେ ସାଙ୍ଗେ ତାର ଉତ୍ତର ପାଇପାରୁଛନ୍ତି । ଏଥିସହିତ ବିଭିନ୍ନ ନୂତନ ବୈଜ୍ଞାନିକ ପଦ୍ଧତିରେ ହେଉଥିବା ଚାଷର ଭିଡିଓ ଏବଂ ଅଡିଓ ମଧ୍ୟ ପାଇପାରୁଛନ୍ତି ଯାହାକି ଚାଷୀ ଭାଇମାନଙ୍କ ପାଇଁ ବହୁତ ଫଳପ୍ରଦ ହେଉଛି ବୋଲି ରାମକୃଷ୍ଣ କହିଛନ୍ତି । ଏଥି ପାଇଁ ସେ ରିଲାଏନ୍ସ ଫାଉଣ୍ଡେସନର ସମସ୍ତ ବିଶେଷଜ୍ଞ ଏବଂ ସମସ୍ତ କର୍ମକର୍ତ୍ତାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.