Latest Odisha News

ଡାକ ଘରେ ୯୩ ଲକ୍ଷ ଟଙ୍କା ହେରଫେର୍, ପୋଷ୍ଟ ମାଷ୍ଟରଙ୍କ ସହ ଅନ୍ୟ ୨ ଜଣଙ୍କ ନାଁରେ CBI ମାମଲା

ମାଲକାନଗିରି: ନିଲମ୍ବିତ ପୋଷ୍ଟ ମାଷ୍ଟରଙ୍କ ସହ ଅନ୍ୟ ୨ ଜଣଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଛି । ଡାକ ଘରେ ଜମା ହୋଇଥିବା ୯୩.୧୯ ଲକ୍ଷ ଟଙ୍କା ହେରଫେର୍ ନେଇ ଅଭିଯୋଗ ହୋଇଥିଲା । ମାଲକାନଗିରି ଲଛିପେଟା ଉପ-ଡାକଘର ନାଁରେ ଏ ଅଭିଯୋଗ ହୋଇଥିଲା ।

ଲଛିପେଟା ଉପ ଡାକଘରର ତତ୍କାଳୀନ ସବ୍ ପୋଷ୍ଟମାଷ୍ଟର ବିଶ୍ୱନାଥ ପୋଡ଼ିଆମୀଙ୍କ ସମେତ ରଙ୍ଗାମା ରାଜୁ ଓ ଘସିରାମ ମାଡ଼କାମୀଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଛି । ୨୦୧୯ ଅଗଷ୍ଟ ୨୯ରୁ ୨୦୨୦ ଡିସେମ୍ବର ୩୧ କାର୍ଯ୍ୟକାଳ ମଧ୍ୟରେ ବିଶ୍ୱନାଥ ପୋଡ଼ିଆମୀ ଜାଲିଆତି କରି ଟଙ୍କା ହେରଫେର୍ କରିଥିଲେ ।

ବାରମ୍ବାର ରେଡ୍ ବେଳେ ବିଶ୍ୱନାଥଙ୍କ ଘରୁ ଅନେକ ଗୁଡ଼ିଏ କାଗଜପତ୍ର ଜବତ ହୋଇଛି । ବିଶ୍ୱନାଥ ନିଜ ପଦବୀର ଅପବ୍ୟବହାର କରି ପୋଷ୍ଟାଲ ୟୁଜର୍ ଆଇଡି ଓ ପାସୱାର୍ଡ ମାଧ୍ୟମରେ ମିଥ୍ୟା କ୍ରେଡିଟ୍ ଏଣ୍ଟ୍ରି କରି ଟଙ୍କା ହେରଫେର୍ କରିଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ସିବିଆଇ ।

Leave A Reply

Your email address will not be published.