Latest Odisha News

ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି, ଆଜି ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ପୂରଣ ହୋଇଛି ବର୍ଷ । ପ୍ରଥମଥର ଲାଗି ବାପୁ ୧୯୨୧ ମସିହା ଆଜିର ଦିନରେ କଟକ ଆସିଥିଲେ । କାଠଯୋଡ଼ି ପଠାରେ ସଭା କରିଥିଲେ । ଗାନ୍ଧୀଜୀଙ୍କ ଓଡ଼ିଶା ଗସ୍ତର ୧୦୦ ବର୍ଷ ପୂର୍ତ୍ତି ପାଳନ କରାଯିବ ।

ଏଥିପାଇଁ ବିଧାନସଭାର ପ୍ରଥମାର୍ଦ୍ଧରେ ପ୍ରଶ୍ନକାଳଠାରୁ ଆରମ୍ଭ କରି ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଆଲୋଚନା କରାଯିବ । ସକାଳ ୧୦ଟାରେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ଏହି କାର୍ଯ୍ୟକ୍ରମରେ ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।

ଜୀବନକାଳ ମଧ୍ୟରେ ୧୯୨୧ରୁ ୧୯୪୬ ମଧ୍ୟରେ ବାପୁ ୮ଥର ଓଡ଼ିଶା ଆସିଥିଲେ । ୧୯୨୧ ମାର୍ଚ୍ଚ ୨୩ରୁ ୨୯ ଯାଏ ପ୍ରଥମ ଓଡ଼ିଶା ଗସ୍ତ ବେଳେ ଗାନ୍ଧୀଜୀ କଟକ ସହ ଭଦ୍ରକ, ସାକ୍ଷୀଗୋପାଳ, ବ୍ରହ୍ମପୁର ବିଭିନ୍ନ ସ୍ଥାନରେ ସଭା କରିଥିଲେ ।

Leave A Reply

Your email address will not be published.