Latest Odisha News

BREAKING NEWS

ଜଷ୍ଟିସ ଏନ୍‌.ଭି. ରମଣା ହୋଇପାରନ୍ତି ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ ଏନ୍. ଭି. ରମଣା ହୋଇପାରନ୍ତି ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ମୁଖ୍ୟ ବିଚାରପତି । ତାଙ୍କ ନାଁ ସୁପାରିସ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ. ବୋବଡେ । କେନ୍ଦ୍ର ଆଇନ ମନ୍ତ୍ରାଳୟକୁ ସେ ଚିଠି ଲେଖି ଜଷ୍ଟିସ ରମଣାଙ୍କ ନାଁ ସୁପାରିଶ କରିଛନ୍ତି । ଜଷ୍ଟିସ ବୋବଡେଙ୍କ ପରେ ସୁପ୍ରିମକୋର୍ଟରେ ସେ ହେଉଛନ୍ତି ସବୁଠୁ ବରିଷ୍ଠ ବିଚାରପତି । ବରିଷ୍ଠତା ଭିତ୍ତିରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଛନ୍ତି ଜଷ୍ଟିସ ବୋବଡେ ।

ଆସନ୍ତା ଏପ୍ରିଲ ୨୩ରେ ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡେ । ତାପୂର୍ବରୁ ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ଶୁକ୍ରବାର କିଏ ହେବେ ପରବର୍ତ୍ତୀ ମୁଖ୍ୟ ବିଚାରପତି ନାଁ ସୁପାରିଶ କରିବା ପାଇଁ ଜଷ୍ଟିସ ବୋବଡେଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ।
ଜଷ୍ଟିସ ରମଣା
ଜଷ୍ଟିସ ରମଣା ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ ହେଲେ ସେ ଏହି ପଦବୀରେ ବର୍ଷେ ଚାରି ମାସ ରହିବେ । ୨୦୦୦ ମସିହାରେ ଜଷ୍ଟିସ ରମଣା ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭବାରେ ନିଯୁକ୍ତି ପାଇଥିଲେ । ୨୦୧୩ରେ ସେ ଆନ୍ଧ୍ର ହାଇକୋର୍ଟରେ ଦୁଇ ମାସ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଥିଲେ । ୨୦୧୩ ସେପ୍ଟେମ୍ବରରେ ଦିଲ୍ଲୀ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ ଜଷ୍ଟିସ ରମଣା । ୨୦୧୪ ଫେବ୍ରୁଆରୀ ୧୭ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ଭାବରେ ତାଙ୍କୁ ମିଳିଥିଲା ନିଯୁକ୍ତି ।

Comments are closed.