Latest Odisha News

BREAKING NEWS

ପୁରୀରୁ ୨.୩୬ଲକ୍ଷ ଟଙ୍କାର କୋରେକ୍ସ ଜବତ, ୧୨ ଗିରଫ

ପୁରୀ: ପୁରୀର ବିଭିନ୍ନ ସ୍ଥାନରେ ପୋଲିସ ଆଜି ଚଢଉ କରି ୨୧୪୯ ବୋତଲ କୋରେକ୍ସ ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୩୬ ହଜାର ୩୯୦ ଟଙ୍କା ହେବ ବୋଲି ଜଣାପଡିଛି । ଏଥି ସହ ଏହି ଘଟଣାରେ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ବାସେଳୀ ସାହିରୁ ୫ଜଣ, କୁମ୍ଭାରପଡାରୁ ୩ଜଣ, ସମୁଦ୍ରକୂଳ ଅଂଚଳରୁ ୨ଜଣଙ୍କୁ ଗିରଫ କରିଛି । ଏଥିସହ ଏହି କାରବାରରେ ସେମାନଙ୍କୁ ସହଯୋଗ କରୁଥିବା ଅନ୍ୟ ୨ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଏଥି ସହ ଏକ ମୋଟରସାଇକେଲ ମଧ୍ୟ ଜବତ ହୋଇଛି ।

Leave A Reply

Your email address will not be published.