Latest Odisha News

BREAKING NEWS

ଓଡ଼ିଶାରୁ ଚିହ୍ନଟ ୩ଟି ୟୁକେ ଷ୍ଟ୍ରେନ୍ ଅଧିକ ସଂକ୍ରମକ ନୁହେଁ, ରି-ଇନ୍‌ଫେକ୍‌ସନ ସ୍ଥିତି ଆସିନାହିଁ

ଭୁବନେଶ୍ୱର: ଓଡ଼ିଶାରେ ୩ଜଣ ବ୍ରିଟେନ ଫେରନ୍ତାଙ୍କ ପାଖରେ ୟୁକେ ଷ୍ଟ୍ରେନ୍ ଦେଖାଦେଇଥିଲା । ଡିସେମ୍ବର ମାସରେ ଚିହ୍ନଟ ହୋଇଥିଲେ । ସେମାନେ ଏବେ ଆରୋଗ୍ୟ ହୋଇସାରିଛନ୍ତି । ଆଉ କାହାକୁ ସଂକ୍ରମିତ କରି ନାହାନ୍ତି । ଆଜି ଏହି ସୂଚନା ଦେଇଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା । ୨୨୦ଟି ସାମ୍ପୁଲ ଆଇଏଲଏସରେ ଟେଷ୍ଟ କରଯାଇଥିଲା ।

ଆଇଏଲଏସ୍ ନିର୍ଦ୍ଦେଶକ କହିଛନ୍ତି, ଓଡ଼ିଶାରେ ରି-ଇନ୍‌ଫେକ୍‌ସନ ସ୍ଥିତି ଆସିନାହିଁ । ଦିନକୁ ୧୦ହଜାର ୫୦୦ ଜଞ-ଚଉଜ ଟେଷ୍ଟ ହେଉଛି । ବାହାରୁ ଆସୁଥିବା ଲୋକଙ୍କ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି । ବର୍ତ୍ତମାନ ଓଡିଶାର ବିଭିନ୍ନ ଜିଲ୍ଲାରେ ଚିହ୍ନଟ ହେଉଥିବା ନମୁନାରୁ ସେତେଟା ଭୟାନକ ସ୍ଥିତି ନଥିବା ଜଣା ପଡ଼ିଛି । ନୂଆପଡା, କନ୍ଧମାଳ ଓ କଳାହାଣ୍ଡିର ନମୁନା ପରୀକ୍ଷା କରାଯାଉଛି ।
To Tackle Covid-19 Infection Maharashtra Imposes Lockdown In Some Districts
ରାଜ୍ୟକୁ ଘ୪୪୦କ ଷ୍ଟ୍ରେନ୍ ଆସିଛି । କିନ୍ତୁ ସେତେ ମାରାତ୍ମକ ନୁହେଁ । ଓଡ଼ିଶାରୁ ଚିହ୍ନଟ ୩ଟି ୟୁକେ ଷ୍ଟ୍ରେନ୍ ମଧ୍ୟ ଅଧିକ ସଂକ୍ରମକ ନୁହେଁ ବୋଲି ଆଇଏଲଏସ୍ ନିର୍ଦ୍ଦେଶକ କହିଛନ୍ତି । କେଉଁ ମ୍ୟୁଟେସନ ଅଧିକ ସଂକ୍ରାମକ ତାହା ଅଧ୍ୟୟନ କଲେ ଜଣାପଡ଼ିବ । ଆଉ ଏକ ସପ୍ତାହ ଭିତରେ ଆଇଏଲଏସରେ ଆଉ ୩୨୦ଟି ସାମ୍ପୁଲ ଟେଷ୍ଟ କରାଯିବ । ଜାନୁଆରୀ ଓ ଫେବ୍ରୁଆରୀର ଜେନୋମ୍ ସିକ୍ୱେନ୍ସିଂ ଘଓଠ ପୁନେକୁ ଯାଇଛି । ଦୁଇ ଦିନରେ ରିପୋର୍ଟ ଆସିବ ବୋଲି କହିଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ।

ମହାରାଷ୍ଟ୍ର ଓ ପଞ୍ଜାବରେ ଦେଖାଯାଉଥିବା ଷ୍ଟ୍ରେନର ସଂକ୍ରମଣ ହାର ଯଥେଷ୍ଟ ଅଧିକ । ପଞ୍ଜାବରେ ୮୦ ପ୍ରତିଶତ ୟୁକେ ଭେରିଏଣ୍ଟ । କିନ୍ତୁ ଓଡିଶାରେ ପରିସ୍ଥିତି ଠିକ୍ ଅଛି । ତଥାପି ହୋଲି ଭଳି ପର୍ବପର୍ବାଣୀରେ ସତର୍କ ରହିବାକୁ ପଡ଼ିବ । ଲୋକ ଅମାନିଆ ଅଛନ୍ତି। ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରି ନିୟନ୍ତ୍ରଣ କରାଯାଇପାରିବ ବୋଲି କହିଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ।

Comments are closed.