Latest Odisha News

ଜୋଶେଶ୍ୱରୀ ମନ୍ଦିରରେ ମା’ କାଳୀଙ୍କୁ ହାତ ତିଆରି ‘ମୁକୁଟ’ ଚଢାଇଲେ ପିଏମ୍‌ ମୋଦୀ; ବାଂଲାଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଦକ୍ଷିଣ-ପଶ୍ଚିମ ବାଂଲାଦେଶର ଇଶ୍ୱରପୁର ଗାଁର ପ୍ରାଚୀନ ଜୋଶେଶ୍ୱରୀ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଏବଂ ଉପାସକମାନଙ୍କ ପାଇଁ ଭାରତ ବହୁମୁଖୀ କମ୍ୟୁନିଟି ହଲ୍ ନିର୍ମାଣ କରିବ ବୋଲି ଘୋଷଣା କରିଥିଲେ।

ମନ୍ଦିର ପ୍ରବେଶ ସମୟରେ ମୁହଁରେ ମାସ୍କ ପିନ୍ଧିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଧାନମନ୍ତ୍ରୀଙ୍କୁ ମନ୍ଦିରରେ ପହଞ୍ଚିବା ପରେ ପାରମ୍ପାରିକ ଢଙ୍ଗରେ ସ୍ୱାଗତ କରାଯାଇଥିଲା।

ପୁରୋହିତ ଧାର୍ମିକ ଗ୍ରନ୍ଥ ପାଠ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରାର୍ଥନା କରିଥିଲେ ଏବଂ ଚଟାଣରେ ବସିଥିଲେ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟ୍ କରି କହିଛନ୍ତି ଯେ, ପୂଜାର୍ଚ୍ଚନା ପରେ ପ୍ରଧାନମନ୍ତ୍ରୀ ମା କାଳୀଙ୍କୁ ହସ୍ତ ନିର୍ମିତ ମୁକୁଟ ଚଢାଇଥିଲେ।

Leave A Reply

Your email address will not be published.