Latest Odisha News

BREAKING NEWS

ପୁରୀ ସତ୍ୟବାଦୀ ପୋଲିସକୁ ସଫଳତା, ଧରାପଡିଲା ଡ଼କାୟତ ଗ୍ୟାଙ୍ଗ, ୪ ଗିରଫ 

ପୁରୀ: ଏକ ଡ଼କାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁରୀ ସତ୍ୟବାଦୀ ପୋଲିସ । ବିରଗୋବିନ୍ଦପୁର ଲୋକନାଥ ମନ୍ଦିର ନିକଟରେ ଥିବା ମଠ ପଡିଆରୁ ପୋଲିସ ୪ ଡକାୟତଙ୍କୁ ଗିରଫ କରିଛି । 

ସୂଚନା ଅନୁସାରେ, କିଛି ଯୁବକ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଯାଉଥିବା ଲୋକଙ୍କ ଠାରୁ ଡକାୟତି ଯୋଜନା କରୁଥିବା ଖବର ପାଇଥିଲା ସତ୍ୟବାଦୀ ପୋଲିସ । ପରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ୪ ଜଣଙ୍କୁ ଗରିଫ କରାଯାଇଛି । ଜଣେ ଡକାୟତ ଖସି ପଳାଇବାରେ ସକ୍ଷମ ହୋଇଛି । 

ଗିରଫ ୪ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ଏକ ଖଣ୍ଡା, ଲୁହାରଡ଼ ସମେତ କିଛି ମରଣାସ୍ତ୍ର ଜବତ କରାଯାଇଛି । ପିପିଲି ଜୟପୁରା ଶାସନର ବାସିନ୍ଦା ପ୍ରମୋଦ ସାହୁ ଓ ତାର ସହଯୋଗୀଙ୍କୁ ପୋଲିସ ଗିରଫ କରିଛି ।

Leave A Reply

Your email address will not be published.