Latest Odisha News

BREAKING NEWS

ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ, ଟ୍ରେନରେ ରାତିରେ କରିହେବନି ମୋବାଇଲ ଓ ଲାପଟପ ଚାର୍ଜ 

ନୂଆଦିଲ୍ଲୀ: ଏଣିକି ଟ୍ରେନରେ ରାତିରେ ବନ୍ଦ ରହିବ ପାୱାର ପଏଣ୍ଟ । ମୋବାଇଲ ଓ ଲାପଟପ ଚାର୍ଜ କରିବା ଉପରେ କଟକଣା ଲଗାଇଛି ଭାରତୀୟ ରେଳ ବିଭାଗ । ସିଟ ପାଖରେ ଥିବା ଚାର୍ଜ ପଏଣ୍ଟରେ ମୋବାଇଲ କି ଲାପଟପ ଚାର୍ଜ କରିହେବନାହିଁ । ଅର୍ଥାତ ଚାର୍ଜିଂ ପଏଣ୍ଟ କାମ କରିବନି । 
ଟ୍ରେନ୍ ଚାଲୁଥିବା ବେଳେ ରାତିରେ ଏହି ସେବା ବନ୍ଦ ରହିବ । ରାତି ୧୧ଟାରୁ ସକାଳ ୫ଟା ଯାଏଁ ସମସ୍ତ ଚାର୍ଜିଂ ପଏଣ୍ଟ କାମ କରିବନି । ସକାଳ ହେବା ପରେ ପୂର୍ବପରି କାମ କରିବ । ଏଥିପାଇଁ ଯାତ୍ରୀଙ୍କୁ ସାଥିରେ ପାୱାର ବ୍ୟାଙ୍କ ନେବାକୁ କିମ୍ବା ଆଗୁଆ ମୋବାଇଲ, ଲାପଟପରେ ଚାର୍ଜ ରଖିବାକୁ ପରାମର୍ଶ ଦିଆଯାଇଛି ।
ମୋବାଇଲ ବ୍ଲାଷ୍ଟ କି ଅନ୍ୟାନ୍ୟ କୌଣସି କାରଣରୁ ବିଭିନ୍ନ ସମୟରେ ଟ୍ରେନରେ ନିଆଁ ଲାଗିଯାଏ । ରାତିରେ ଅଘଟଣ ହେଲେ ଏହା ଯାତ୍ରୀଙ୍କ ଜୀବନ ପ୍ରତି ବଡ ବିପଦ । ନିଆଁକୁ ଆୟତ୍ତ କରିବାକୁ ରାତିରେ ଚାର୍ଜିଂ ସେବା ବନ୍ଦ ରହିବ । ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଗତ ମାର୍ଚ୍ଚ ୧୩ ତାରିଖରେ ଦିଲ୍ଲୀ- ଡେରାଡୁନ ଶତାବ୍ଦୀ ଏକ୍ସପ୍ରେସରେ ସର୍ଟସର୍କିଟରୁ ନିଆଁ  ଲାଗି ଗୋଟିଏ କୋଚରୁ ୭ଟି କୋଚକୁ ବ୍ୟାପିଯାଇଥିଲା । ଏହି ଘଟଣା ରେଳ ବିଭାଗକୁ ବଡ ଶିକ୍ଷା ଦେଇଛି । ଯେଉଁଥିପାଇଁ ରେଳ ବିଭାଗ ଏହି ବଡ ନିଷ୍ପତ୍ତି ନେଇଛି ।
Leave A Reply

Your email address will not be published.