Latest Odisha News

BREAKING NEWS

ଉତ୍କଳ ବିଶ୍ୱବିଦ୍ୟାଳୟର ଆଉ ୪ ଛାତ୍ର କରୋନା ପଜିଟିଭ୍

ଭୁବନେଶ୍ୱର: ରାଜଧାନୀର ଉତ୍କଳ ବିଶ୍ୱବିଦ୍ୟାଳୟର ଆଉ ଚାରି ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସୋସିଓଲୋଜି ବିଭାଗର ଜଣେ ଛାତ୍ର କରୋନା ସଂକ୍ରମିତ ହେବାର ଗୋଟିଏ ଦିନ ପରେ ଆଉ ୪ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

ସୂଚନାନୁସାରେ, ନୂତନ ରୋଗୀମାନେ ରସାୟନ ବିଜ୍ଞାନ (୨), ଏମସିଏ (୧) ଏବଂ ଅର୍ଥନୀତି ବିଭାଗରୁ (୧) ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସେମାନଙ୍କ ମଧ୍ୟରୁ ୨ ଜଣ ଗୋପାବନ୍ଧୁ ବଏଜ୍‌ ହଷ୍ଟେଲର ଅନ୍ତେବାସୀ ଅଛନ୍ତି।

ବିଶ୍ବବିଦ୍ୟାଳୟରେ ହୋଟେଲ ବନ୍ଦ ବିରୋଧରେ ସମ୍ପ୍ରତି ଆନ୍ଦୋଳନର ନେତୃତ୍ୱ ନେଇଥିବା କିଛି ଛାତ୍ର ମଧ୍ୟ ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.