Latest Odisha News

BREAKING NEWS

ମମତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଇସି, ୨୪ ଘଂଟା ପ୍ରଚାର କରି ପାରିବେନି

କୋଲକତା: ନିର୍ବାଚନ କମିଶନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମମତା ଏପ୍ରିଲ ୭ ଏବଂ ୮ ନିର୍ବାଚନ ରାଲୀରେ ମୁସଲିମ ଭୋଟକୁ ନେଇ ଜନତାଙ୍କୁ ଉସୁକାଉଥିବା ଅଭିଯୋଗ ହୋଇଥିଲା । ଏ ନେଇ ଇସିଙ୍କ ମମତାଙ୍କଠାରୁ ଉତର ଚାହିଁଥିଲା । ମାତ୍ର ଦିଦି ଯେଉଁ ଉତର ଦେଇଥିଲେ ତାହା ଗ୍ରହଣୀୟ ନ ହେବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଜି ସନ୍ଧ୍ୟା ୮ଟାରୁ କାଲି ୮ଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ।

ଆଗକୁ ଯେପରି ଏ ଭଳି ବିବାଦୀୟ ମନ୍ତବ୍ୟ ନ ଦେବେ ସେଥିପ୍ରତି ଇସି ତାଙ୍କୁ ତାଗିଦ କରିଛନ୍ତି । ଦିଦି ତାଙ୍କ ଭୁଲ ସ୍ୱୀକାର କରିବା ପରିବର୍ତେ ବିଜେପି ଏବଂ ପ୍ରଧାନମନ୍ତ୍ରୀଙ୍କୁ ପୁନର୍ବାର ଟାର୍ଗେଟ କରିବାରୁ ଇିସି ଅସନ୍ତୋଷ ବ୍ୟକ୍ତ କରିଥିଲା ।

Leave A Reply

Your email address will not be published.