ଭୁବନେଶ୍ୱର: ଆଜି ଭୁବନେଶ୍ୱରର ୭୩ତମ ପ୍ରତିଷ୍ଠା ଦିବସ । ଆଜିର ଦିନରେ ଭୁବନେଶ୍ୱରକୁ ମିଳିଥିଲା ରାଜଧାନୀର ମାନ୍ୟତା । କରୋନା ଯୋଗୁ ଏବର୍ଷ ପ୍ରତିଷ୍ଠା ଦିବସ ନିରାଡମ୍ବର ଭାବରେ ପାଳନ ହୋଇଛି । ଏହି ଅବସରରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ବିଧାନସଭା ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକଠାରେ ମାଲ୍ୟାର୍ପଣ କରିଛନ୍ତି । ଏତିକିବେଳେ ଉପସ୍ଥିତ ଥିଲେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଖୋର୍ଦ୍ଧା ଜିଲାପାଳ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ।
୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ରାଜଧାନୀ ପ୍ରତିଷ୍ଠା ହୋଇଥିଲା । ମନ୍ଦିର ମାଳିନୀ ସହର ପାଇଛି ସ୍ମାର୍ଟ ସିଟିର ମାନ୍ୟତା । ବଢ଼ିଛି ରାଜଧାନୀର କଳେବର । ଭୁବନେଶ୍ୱରର ଜନସଂଖ୍ୟା ୧୫ ହଜାରରୁ ବଢ଼ି କୋଟିଏ ହେଲାଣି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ସୌନ୍ଦର୍ୟ୍ୟକରଣରେ ନୂଆ ରୂପ ପାଇଛି ଭୁବନେଶ୍ୱର । ଆଦୁନିକତାର ଚାକଚକ୍ୟ ଭିତରେ ଏଠାରେ ବଦଳିଛି ଲୋକଙ୍କ ଜୀବନଧାରଣ ମାନ । କଟକ, ପୁରୀ ଓ ଖୋର୍ଦ୍ଧା ଯାଏ ଲମ୍ବିଗଲାଣି ଭୁବନେଶ୍ୱର କାୟାକଳ୍ପ ।
BREAKING NEWS
- ନେପାଳର ନୋଟ୍ ଛାପିବ ଚୀନର କମ୍ପାନୀ, ରହିଛି ଭାରତର…
- ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ଯୁବତୀ ମୃତ
- ଡ୍ୟାମକୁ ଡେଇଁଲେ ମହିଳା, ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ଅଗ୍ନିଶମ ବାହିନୀ
- ପୁଣି ମହାବଳ ବାଘ ଆତଙ୍କ; ଭୟରେ ଅଞ୍ଚଳବାସୀ
- ରାଜଧାନୀରେ ଲଜ୍ଜା: ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଗିରଫ
- ଏହି ୫ ବଡ ଖେଳାଳିଙ୍କୁ ଦଳ କଲାନି ରିଟେନ
- ଆଇପିଏଲ ରିଟେନଶନ: ଦଳ ସହିତ ରହିଲେ ଅଧିକାଂଶ ଷ୍ଟାର ଖେଳାଳି
- ବାଣ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ, ୬୬ଟି ଦୋକାନ ଜଳିପୋଡି ପାଉଁଶ
- ପୁଅର ଖାଦ୍ୟ ଖାଇଦେବାରୁ ୧୫ ବର୍ଷୀୟ କେୟାର ଟେକରକୁ ମାରିଦେଲେ ଦମ୍ପତି
- ବଲିଉଡରେ ଏଣ୍ଟ୍ରି କଲେ ରବିନା ଟଣ୍ଡନଙ୍କ ଝିଅ ରାଶା
Comments are closed.