Latest Odisha News

BREAKING NEWS

ଅଗ୍ନିଶମ ସହିଦ ଦିବସ ପାଳିତ, ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ, ଶ୍ରେଷ୍ଠ ବିବେଚିତ ଅଧିକାରୀଙ୍କୁ ମାନପତ୍ର ପ୍ରଦାନ 

ଭୁବନେଶ୍ବର: ଅଗ୍ନିଶମ ସହିଦ ଦିବସ ପାଳିତ ହୋଇଯାଇଛି । ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ଓଡ଼ିଶା ଅଗ୍ନିଶମ ଏବଂ ବିପତ୍ତି ନିସ୍ତାର ପ୍ରତିଷ୍ଠାନ ଠାରେ ଅଗ୍ନିଶମ ସହିଦ ଦିବସ ପାଳନ କରାଯାଇଛି । 

BjdElectrycity

ଏଥିରେ ମୁଖ୍ୟ ଅତିଥି ଭାବେ ଅଗ୍ନିଶମ ସେବା ସଂସ୍ଥାର ମହାନିର୍ଦ୍ଦେଶକ ଏମ୍ ଅକ୍ଷୟ ଯୋଗ ଦେଇଥିଲେ । ସୌମ୍ୟା ମିଶ୍ର ଅତିରିକ୍ତ ଆନୁଷ୍ଠାନିକ ପରେଡରେ ମୁଖ୍ୟ ଅତିଥି ଭାବେ ଅବିବାଦନ ଗ୍ରହଣ କରିଥିଲେ । ଏହାସହ ସହିଦଙ୍କ ଉଦ୍ଦେଶ୍ୟରେ ସହିଦ ସ୍ତମ୍ଭଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରର ଅଗ୍ନିଶମ ସେବା ସଂସ୍ଥାର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇ ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ । ଏହାସହିତ ୨୦୨୦ରୁ ୨୦୨୧ ମସିହା ପାଇଁ ଯେଉଁ ଆଗ୍ନିକମାନେ କର୍ତ୍ତକ୍ୟ ସମ୍ପାଦନ ସମୟରେ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ ସେମାନଙ୍କର ନାମ ପଠନ କରାଯାଇଥିଲା । 

ଏହି ଅବସରରେ ରାଜ୍ୟ ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ୨୦୨୦ରୁ ୨୧ ମସିହା ପାଇଁ ଶ୍ରେଷ୍ଠ ବିବେଚିତ ହୋଇଥିବା ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା । ପୁରସ୍କୃତ ହୋଇଥିବା ଅଧିକାରୀମାନେ ହେଲେ ସରକାରୀ ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର ରାଉତ, କେନ୍ଦ୍ରାଧିକାରୀ ବାବାଜି ଚରଣ ଲେଙ୍କା, ମୁଖ୍ୟ ଅଗ୍ନିକ ବସନ୍ତ କୁମାର ଘଡେଇ, ଗା଼ଡି ଚାଳକ ଶୁବୋଦ୍ଧ ମାଝୀ ଏବଂ ଆଗ୍ନିକ ନମ୍ବର ୨୬୫୯ ମହେଶ୍ବର ପଟ୍ଟନିଆଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । 

ଏଥିସହିତ ଓଡ଼ିଶା ଅଗ୍ନିଶମ ଏବଂ ବିପତ୍ତି ନିସ୍ତାର ପ୍ରତିଷ୍ଠାନରେ ଆୟୋଜିତ ହୋଇଥିବା ବୃତ୍ତିଗତ ଦକ୍ଷତା ପ୍ରତିଯୋଗିତା ୨୦୨୧ର ବିଭିନ୍ନ ବର୍ଗରେ ବିଜୟୀ ହୋଇଥିବା କର୍ମଚାରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ସେବା ନିବୃତ୍ତ ୬ ଜଣ ପୂର୍ବତ୍ତନ ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ମାନପତ୍ର ଓ ସାଲ ଦେଇ ସମ୍ମାନିତ କରାଯାଇଥିଲା । 

ପ୍ରତିବର୍ଷ ଏପ୍ରିଲ ୧୪ ତାରିଖକୁ ସାରା ଭାରତ ବର୍ଷରେ ଅଗ୍ନିଶମ ସହିଦ ଦିବସ ଭାବେ ପାଳନ କରାଯାଏ । ଏହାସହ ଏପ୍ରିଲ ୧୪ ତାରିଖରୁ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଅଗ୍ନିଶମ ସେବା ସପ୍ତାହ ରୂପେ ପାଳନ କରାଯାଏ । ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଉତ୍ସବକୁ କରୋନା   ନିର୍ଦ୍ଦେଶାବଳୀ ଅନୁଯାୟୀ ନିରାଡମ୍ବର ଭାବେ ପାଳନ କରାଯାଇଛି । 

Leave A Reply

Your email address will not be published.