ମୁମ୍ବାଇ: ବଲିଉଡ ସେଲିବ୍ରେଟିଙ୍କ ବିଷୟରେ ପ୍ରଶଂସକମାନେ ସବୁ କିଛି ଜାଣିବାକୁ ଚାହାନ୍ତି । ତେବେ ଏହି ସେଲିବ୍ରେଟିମାନେ ମଧ୍ୟ ଭୟ କରନ୍ତି । ଆସନ୍ତୁ ଜାଣିବା କେତେକ ସେଲିବ୍ରେଟି ଭୟ ବିଷୟରେ..
ଶାହାରୁଖ ଖାଁ : ବଲିଉଡ ସୁପରଷ୍ଟାର ହାତ ଉଠାଇ ସ୍ୱତନ୍ତ୍ର ଷ୍ଟାଇଲରେ ଛିଡା ହେବା ଆଇକନିକ ପୋଜକୁ ସମସ୍ତେ ପସନ୍ଦ କରିଥାନ୍ତି । ତେବେ ଶାହାରୁଖ ହାତ ଉପରକୁ ଉଠାଇବାକୁ ପସନ୍ଦ କରି ନ ଥାନ୍ତି । ତାଙ୍କ ଭୟ ଥାଏ ହାତ ଉପରକୁ ଉଠାଇଲେ କେହି ଏହାକୁ କାଟିନେବେ ।
ଅର୍ଜୁନ କାପୁର: ଫିଲ୍ମରେ ରଫ ଏବଂ ଟଫ ଦେଖାଯାଉଥିବା ଅର୍ଜୁନ କାପୁରଙ୍କୁ କିନ୍ତୁ ସିଲିଂ ଫ୍ୟାନକୁ ଭାରୀ ଭୟ । ଯେଉଁ ରୁମରେ ଏହି ଫ୍ୟାନ ଥାଏ ସେଠାରେ ସେ ରୁହନ୍ତି ନାହିଁ ।
କ୍ୟାଟ୍ରିନା କୈଫ: ବଲିଉଠର ଗ୍ଲାମରସ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଟମାଟୋ ପ୍ରତି ଏକପ୍ରକାର ଆଲର୍ଜି ରହିଛି । ଏଥିପାଇଁ ସେ ଏକ ଟମୋଟୋ ସସ୍ର ବିଜ୍ଞାପନ ମଧ୍ୟ କରି ନ ଥିଲେ । ଜିନ୍ଦେଗୀ ନା ମିଲେଗି ଦୋବାରାରେ ଟମାଟୋ ଫେଷ୍ଟିଭାଲ ଦୃଶ୍ୟ ଶୁଟ କରିବା ପାଇଁ ସମ୍ପୂର୍ଣ୍ଣ ଟିମ୍ ନାକେଦମ ହୋଇ ପଡିଥିଲେ ।
ରଣବୀର କାପୁର: ରଣବୀର କାପୁର ଅସରପା ଓ ବୁଢ଼ିୟାଣୀକୁ ଭୟ କରନ୍ତି । ଯେଉଁଠାରେ ସେ ଏହାକୁ ଦେଖନ୍ତି ସେ ସ୍ଥାନ ତୁରନ୍ତ ଛାଡି ଦିଅନ୍ତି ।
ଅଭିଷେକ ବଚ୍ଚନ: ବିଶ୍ୱାସ ନ ହେଲେ ବି ସତ ଅଭିଷେକ ବଚ୍ଚନଙ୍କୁ ଫଳ ଜମାରୁ ପସନ୍ଦ ନ ଥାଏ । ସେ ପ୍ରାୟତଃ ଫଳ ଖାଆନ୍ତି ନାହିଁ । ଆଖ ପାଖରେ ଫଳ ରହିଲେ ସେ ବ୍ୟସ୍ତ ବିବ୍ରତ ହୋଇ ପଡିଥାନ୍ତି ।
କଙ୍ଗନା ରାନାୱତ: କୁଇନ କଙ୍ଗନା ରାନାୱତଙ୍କୁ ସାପକୁ ଭାରୀ ଭୟ । ସେ ତାଙ୍କ ଭୟ ବିଷୟରେ ଖୋଲି କରି କୁହନ୍ତି ନାହିଁ ।
ସୋନମ କାପୁର: ଲିଫ୍ଟ ଏବଂ ଏଲିଭେଟରକୁ ସୋନମ କାପୁର ଭୟ କରନ୍ତି । କାଳେ ଏକ ଅଟକିଯିବ ଏହି ଭୟ ତାଙ୍କୁ ସର୍ବଦା ଗ୍ରାସ କରିଥାଏ ।
BREAKING NEWS
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
- ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…
- ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
- ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ
- ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ
Comments are closed.