ପୁରୀ: ଧାର୍ମିକ ଗ୍ରନ୍ଥ ଅନୁସାରେ ହିନ୍ଦୁ ଧର୍ମରେ ଅଶ୍ୱଥମା, ମହାବୀର ହନୁମାନ, ଜାମ୍ବବାନ, ବିଭୀଷଣ, ପର୍ଶୁରାମ, ମହର୍ଷି ବ୍ୟାସ, କୃପାଚାର୍ଯ୍ୟ ଓ ରାଜା ବଳୀ ହଜାର ହଜାର ବର୍ଷ ଧରି ଜୀବିତ ରହିଛନ୍ତି । ଏହା କାଳ୍ପନିକ କିମ୍ବା ସତ୍ୟ ତା ମଧ୍ୟରେ ଆମେ ପଶିବାକୁ ଚାହୁଁ ନାହିଁ । ତେବେ କଳିଯୁଗରେ ଏବେ ବି କେତେକ ବ୍ୟକ୍ତିଙ୍କ ଅଧିକ ବର୍ଷ ବଂଚିବା ନେଇ ବିଭିନ୍ନ କାହାଣୀ ଶୁଣିବାକୁ ମିଳେ । ଦେବହରା ନାମକ ମାହାତ୍ମା ୭୫୦ ବର୍ଷ ଧରି ବଂଚି ରହିଥିଲେ ବୋଲି ସେମାନଙ୍କ ଶିଷ୍ୟ ଦାବୀ କରି ଆସୁଛନ୍ତି । ତାଙ୍କ ମୃତ୍ୟୁ ୧୯୯୦ରେ ହୋଇଥିଲା ।
ସେହିପରି ତ୍ରୈଲଙ୍ଗ ସ୍ୱାମୀ (ଗଣପତି ସରସ୍ୱତୀ) ମଧ୍ୟ ୨୮୬ ବର୍ଷ ଜୀବିତ ରହିଥିଲେ । ୧୬୦୧ରେ ନୃସିଂହ ରାଓ ଓ ବିଦ୍ୟବତୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ । ସେ ବାରାଣାସୀରେ ୧୭୩୭ରୁ ୧୮୮୭ ପର୍ଯନ୍ତ ରହିଥିଲେ । ବେଙ୍ଗଲର ସନ୍ଥ ଲୋକନାଥଜୀ ୩୧ ଅଗଷ୍ଟ ୧୭୩୦ରେ ଜନ୍ମ ଗ୍ରହଣ କରିଥିଲେ । ୩ ଜୁନ ୧୮୯୦ରେ ତାଙ୍କର ଦେହାନ୍ତ ହୋଇଥିଲେ । ମହାବତାର ବାବା ୫୦୦୦ ବର୍ଷ ପର୍ଯ୍ୟନ୍ତ ଜୀବିତ ଥିଲେ ବୋଲି ତାଙ୍କ ଚେଲାମାନେ ଦାବୀ କରି ଆସୁଛନ୍ତି । ଏହି ବାବାମାନଙ୍କ ଏତେ ଦିନ ଧରି ବଂଚିବା ସତ କି ମିଛ ତାହା ଜଣା ନ ଥିଲେ ମଧ୍ୟ ଏହି ରହସ୍ୟ ସମ୍ପୂର୍ଣ୍ଣ ଭାବେ ଉଜାଗର ହୋଇ ପାରି ନାହିଁ ।
BREAKING NEWS
- ନ୍ୟାୟ ମାଗି ନିରାଶ ହେଲେ ଯୁବକ!ଥାନା ଆଗରେ ଜୀବନ ହାରିଲେ
- ସକାଳୁ ଦୁଇଟି ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା; ଚାଲିଗଲା ଜୀବନ
- CM Performs Yoga: “ମୋବାଇଲ୍ ଛାଡ଼, ମ୍ୟାଟ୍ ଧର”, ଅନ୍ତର୍ଜାତୀୟ ଯୋଗ ଦିବସରେ ଯୁବପିଢିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଆହ୍ବାନ
- Compressed Bio-Gas: ଭୁବନେଶ୍ୱରରେ ୧୭୫ କୋଟିର ବାୟୋ-ଗ୍ୟାସ ପ୍ଲାଣ୍ଟ, ଅଳିଆରୁ ବାହାରିବ ସବୁଜ ଇନ୍ଧନ!
- PM-KISAN ସହାୟତା, ଓଡ଼ିଶାର ୩୪ ଲକ୍ଷ ଚାଷୀଙ୍କ ଖାତାକୁ ଆସିଲା ୬୯୨ କୋଟି ଟଙ୍କା
- Meloni blasts Trump: ମୁହାଁମୁହିଁ ମେଲୋନି-ଟ୍ରମ୍ପ, ତେଜିଲା ବାକ୍ ଯୁଦ୍ଧ…ସୋସିଆଲ ମିଡିଆରେ ବର୍ଷିଲେ ଇଟାଲୀୟ ପ୍ରଧାନମନ୍ତ୍ରୀ
- International Yoga Day 2026 : କୋଲକାତାରେ ୩୫,୦୦୦ ଲୋକଙ୍କ ସହିତ ଯୋଗ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ, ‘୩୦ ଅପେକ୍ଷା ୫୦ରେ ବେଶୀ ଏନରଜେଟିକ୍…’
- RE-NEET UG 2026: କଡା ସୁରକ୍ଷା ମଧ୍ୟରେ ଆଜି ପୁଣି ନିଟ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ପଢନ୍ତୁ ଟିକିନିଖି ଅପଡେଟ୍…
- ନରେନ୍ଦ୍ର ପୁଷ୍କରିଣୀରୁ ୨ମୃତଦେହ ଉଦ୍ଧାର;ତଦନ୍ତ ଜାରି
- ମହିଳାମାନଙ୍କ ଠାରୁ ୧.୩୮ କୋଟି ଠକିଥିବା ମହିଳା ଧରାପଡିଲେ

Comments are closed.