Latest Odisha News

BREAKING NEWS

ଅକ୍ସିଜେନ୍ ଅଭାବର ଭୟଙ୍କର ଚିତ୍ର: ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ୨୪ ଘଣ୍ଟାରେ ୨୫ ରୋଗୀ ମୃତ, ସଙ୍କଟରେ ୬୦ ଜୀବନ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା ସ୍ଥିତି ଉଦବେଗଜନକ ରହିଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଅକ୍ସିଜେନ୍ ଅଭାବ କରୋନା ମୁକାବିଲାରେ ବଡ଼ ବାଧକ ସାଜିଛି । ମୁକାବିଲା ଭିତରେ ଦିଲ୍ଲୀ ସାର ଗଙ୍ଗାରାମ ହସ୍ପିଟାଲରୁ ଏକ ଦୁଃଖଦ ଓ ଭୟାନକ ଘଟଣା ସାମନାକୁ ଆସିଛି ।। ଗତ ୨୪ ଘଣ୍ଟାରେ ହସ୍ପିଟାଲରେ ୨୫ ଜଣ ଗୁରୁତର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଆଉ ୬୦ ଜଣଙ୍କର ଜୀବନ ଏବେ ସଙ୍କଟରେ । ଗଙ୍ଗାରାମ ହସ୍ପିଟାଲରେ ଏବେ ଯେତିକି ଅକ୍ସିଜେନ୍ ମହଜୁଦ ଅଛି ତାହା ୨ ଘଣ୍ଟା ଭିତରେ ଶେଷ ହୋଇଯିବ । ଅକ୍ସିଜେନ୍ ଅଭାବକୁ ହସ୍ପିଟାଲରେ ଥିବା ଭେଣ୍ଟିଲେଟର ଓ ବାଇପାପ ଠିକରେ କାମ କରୁ ନାହିଁ । ତୁରନ୍ତ ଅକ୍ସିଜେନ୍ ଯୋଗାଇ ଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି ।

Leave A Reply

Your email address will not be published.