Latest Odisha News

୪୦ ଉପରେ ରାଜ୍ୟର ୧୨ ସହର, ସବୁଠୁ ଉତ୍ତପ୍ତ ଭୁବନେଶ୍ୱର; ୩ ଦିନ ଯାଏ ବଢିବ ତାତି

ଭୁବନେଶ୍ୱର: ତାତିରୁ ମିଳିବନି ନିସ୍ତାର । ୨ରୁ ୩ ଦିନ ଯାଏ ଆହୁରି ବଢ଼ିବ ପାରଦ । ଆଜି ରାଜ୍ୟର ୧୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୨.୧ ଡିଗ୍ରୀ ସେଲସିୟସ୍ ସହ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଆଗାମୀ ୨ରୁ ୩ ଦିନ ଯାଏ ଦିନବେଳାର ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ଏକାଧିକ ସ୍ଥାନରେ ବଢ଼ିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ଆଜି ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ଥିବାବେଳେ ସୋନପୁରରେ ୪୧.୮ ଡିଗ୍ରୀ, ବାରିପଦାରେ ୪୧.୬ ଡିଗ୍ରୀ, ଟିଟଲାଗଡ଼ ଏବଂ ସମ୍ବଲପୁର ୪୧ ଡିଗ୍ରୀ, ଝାରସୁଗୁଡ଼ାରେ ୪୦.୫ ଡିଗ୍ରୀ, ଅନୁଗୁଳ ଏବଂ ବଲାଙ୍ଗିରରେ ୪୦.୩ ଡିଗ୍ରୀ, ତାଳଚେର ୪୦.୧ ଡିଗ୍ରୀ, ନୟାଗଡ଼ ଏବଂ ଭବାନୀପାଟଣାରେ ୪୦ ଡିଗ୍ରୀ ଥିବା ବେଳେ କଟକରେ ପାରଦ ୩୯.୮ ଡିଗ୍ରୀ ରହିଛି ।

ଅନ୍ୟପଟେ ୨୬ରୁ ୨୯ ତାରିଖ ଯାଏ କାଳବୈଶାଖୀ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଦକ୍ଷିଣ ଓଡ଼ିଶା ସହ ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା ୨ଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି ।

Comments are closed.