Latest Odisha News

BREAKING NEWS

ଖୋର୍ଦ୍ଧାରେ ପୁଲିସର କଡାକଡି ଯାଂଚ

ଖୋର୍ଦ୍ଧା : ଭୂତାଣୁ ଭୟ ସମସ୍ତଙ୍କୁ୍ୁ ଘାରିଛି । ଖୋର୍ଦ୍ଧା ଜିଲ୍ଲାରେ ରାଜ୍ୟର ସବୁଠାରୁ ଅଧିକ ସଂକ୍ରମିତ। କାରୋନାର ଦ୍ଵିତୀୟ ଷ୍ଟ୍ରେନ୍ ପରେ ଖୋର୍ଦ୍ଧାରେ ଆରମ୍ଭ ହୋଇଛି ସପ୍ତାହନ୍ତ ସଟ ଡାଉନ। ସହର ସାରା ସବୁ ବନ୍ଦ । ଖୋର୍ଦ୍ଧା ଚାରିପଟେ ତିନୋଟି ସ୍ଥାନରେ ପୋଲିସର ଚେକିଂ ଚାଲିଛି। ବିଭିନ୍ନ ସ୍ଥାନରେ ପୋଲିସ ଯିବା ଆସିବା କରୁଥିବା ଲୋକଙ୍କ ଚେକିଂ କରୁଛି। ଲୋକମାନେ କେହି ଘରୁ ବାହାରକୁ ବାହାରୁ ନାହାନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ସହରର ତିନୋଟି ପ୍ରବେଶ ପଥ ଏବଂ ସହରର ବିଭିନ୍ନ ସ୍ଥାନରେ ଚେକିଂ କଡାକଡି କରାଯାଇଛି। ଖୋର୍ଦ୍ଧା ତହସିଲଦାର ,ଏସପି ନିଜେ ବିଭିନ୍ନ ସ୍ଥାନରେ ସତ ଡାଉନ ପରିସ୍ଥିତି ଉପଟେ ନଜର ରଖିଛନ୍ତି। ଏହି ସଟ ଡାଉନ ଦୁଇ ଦିନ ବଳବତ୍ତର ରହିବ ।

Comments are closed.