ପୁରୀ: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଚାଲିଛି । ନୟାଗଡ ବନଖଣ୍ଡରୁ ଆଜି ତୃତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ ପହଞ୍ଚିଛି । ଏଥିରେ ମୋଟ୍ ୧୭ଖଣ୍ଡ ଅସନ ଓ ଧଉରା କାଠ ରହିଛି । ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ । ପୂର୍ବବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି । ତେଣୁ ଏବର୍ଷ ଆଉ ୭୯୬ ଖଣ୍ଡ କାଠ ଆବଶ୍ୟକ ।

ବର୍ତ୍ତମାନ ସୁଦ୍ଧା ପୁରୀରେ ପହଞ୍ଚିଛି ୭୯ ଖଣ୍ଡ କାଠ । ବଳକା ୭୧୭ଖଣ୍ଡ କାଠ ପର୍ଯ୍ୟାୟ କ୍ରମେ ଆସିବ । ତିନି ରଥ ନିର୍ମାଣ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀରାମ ନବମୀଠାରୁ କଟକ ସ୍ଥିତ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଧି ଅନୁସାରେ, ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବ ।
BREAKING NEWS
- ଏ କି ପ୍ରକାର ନ୍ୟାୟ ! ବିନା ଦୋଷରେ ସଜା କାଟିଲେ ୨୨ ବର୍ଷ
- ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ…
- ଅଗଷ୍ଟ ୧୭ରୁ ଆରମ୍ଭ ହୋଇପାରେ ସଂସଦର ସ୍ୱତନ୍ତ୍ର ଅଧିବେଶନ: ସୀମା ନିର୍ଦ୍ଧାରଣ ଓ ମହିଳା ଆରକ୍ଷଣ ବିଲ୍ ଉପରେ ହୋଇପାରେ ଆଲୋଚନା
- ମୁଖ୍ୟ ଚୟନକର୍ତ୍ତା ଦୌଡ଼ରେ ଲକ୍ଷ୍ମଣ
- ଝାରସୁଗୁଡ଼ାରେ ହ୍ରାସ ପାଉଛି ଡେଙ୍ଗୁ ସଂକ୍ରମଣ: ସପ୍ତାହକୁ ୪ ଦିନ ‘ଡ୍ରାଏ ଡେ’ ପାଳନ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ୱାର୍ଡ
- କପିଳ ଦେବଙ୍କ ରେକର୍ଡ ଭାଙ୍ଗିବା ଆଶାରେ ମିଚେଲ ଷ୍ଟାର୍କ
- ଭିଜିଲାନ୍ସ ଜାଲରେ ଫସିଲେ ଦୁଇ RTO କର୍ମଚାରୀ
- ସମ୍ପାଦକ ଦେବଜିତ ସାଇକିଆଙ୍କ ଅସୁସ୍ଥତା ଯୋଗୁଁ ସ୍ଥଗିତ ରହିଲା ବିସିସିଆଇର ସମୀକ୍ଷା ବୈଠକ
- ଆପଣଙ୍କ ନାମରେ କେତୋଟି ସିମ୍ କାର୍ଡ ଆକ୍ଟିଭ୍ ଅଛି? ‘ସଞ୍ଚାର ସାଥୀ’ ପୋର୍ଟାଲ ଜରିଆରେ ଏମିତି କରନ୍ତୁ ଯାଞ୍ଚ
- ଭୁବନେଶ୍ୱର ଓ କଟକରୁ ୪୮ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ: ୪୨ ଜଣଙ୍କୁ କରାଗଲା ଦେଶାନ୍ତର
Comments are closed.