କାଳିଆ ଘୋଡାରେ ଚଢିବି , ମଧୁ ବାବୁ ସଙ୍ଗେ ଲଢିବି.. . ଏବେ ବି ଏହି ଧାଡିକ ସମସ୍ତଙ୍କ ମୁହଁରେ ଗୁଣଗୁଣେଇବାର ମନେ ଅଛି । ଓଡ଼ିଆ ଜାତିର ଗର୍ବ ଆଉ ଗୌରବ ତଥା ଓଡ଼ିଶା ପ୍ରଦେଶର ଜନକ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ । ପ୍ରଥମ ଓଡ଼ିଆ ଭାବେ ଜାତି ତାଙ୍କୁ ନେଇ ଗର୍ବ କରେ । ସେ ଥିଲେ ଖୁବ୍ ସ୍ୱତନ୍ତ୍ର ଆଉ ଓଡ଼ିଶାେରେ ଆଇନ୍ ଶିକ୍ଷାର ପ୍ରସାର କ୍ଷେତ୍ରରେ ତାଙ୍କ ପ୍ରମୁଖ ଭୂମିକା ରହିଥିଲା । ଆଇନ୍ ଶିକ୍ଷା ଯେତେବେଳେ ବନ୍ଦ ହେବାକୁ ବସିଥିଲା । ସେତେବେଳେ ସେ ଏହି ବ୍ୟବସ୍ଥାକୁ ବଞ୍ଚାଇ ରଖିପାରିଥିଲେ । ଆଇନ୍କୁ ଦେଶ ସେବାର ସର୍ବଶ୍ରେଷ୍ଠ ମାଧ୍ୟମ ବୋଲି କହୁଥିଲେ । ଦୀର୍ଘ ୫୩ ବର୍ଷ ଧରି ସେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ନିରନ୍ତର ପ୍ରୟାସ କରିଆସୁଥିଲେ ।
ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ ମଧୁବାବୁ । କଲିକତା ବିଶ୍ୱ ବିଦ୍ୟାଳୟରୁ ଓଡ଼ିଆ ଭାଷାରେ ଏମ୍.ଏ ପାସ୍ କରିବା ସହିତ ଏଲ୍ଏଲ୍ବି ପାସ୍ କରି ଓକିଲାତି କରିଥିଲେ । ଦୀର୍ଘ ୧୫ବର୍ଷ ଧରି କଲିକତାରେ କରିଥିଲେ ଓକିଲାତି ।
କଟକ ଥିଲା ତାଙ୍କର ଜନ୍ମ ଭୂମି ଆଉ କର୍ମ ଭୂମି । ବହୁଗ୍ରାମ ନିକଟ ସତ୍ୟଭାମାପୁର ମଧୁବାବୁଙ୍କ ଜନ୍ମପୀଠ । ଯେଉଁଠି ରହିଛି ତାଙ୍କର ଏନ୍ତୁଡିଶାଳ, ଢିଙ୍କିଶାଳ, ହସ୍ତଲିପି । ମଧୁବାବୁଙ୍କ ଜନ୍ମପୀଠରେ ତାଙ୍କ ଦ୍ୱାରା ୧୯୦୫ରେ ତିଆରି ହୋଇଥିବା ଗୃହକୁ ମଧୁ କୋଠି ବୋଲି କୁହାଯାଏ । ଖାଲି ସେତିକି ନୁହେଁ ମଧୁବାବୁ ସ୍ନାନ କରୁଥିବା କନକ ଦୁର୍ଗା ପୁଷ୍କରିଣୀ ମଧ୍ୟ ରହିଛି ।
ମଧୁବାବୁଙ୍କ ନାଁରେ ରାଜ୍ୟର ପ୍ରଥମ ଆଇନ୍ ବିଶ୍ୱବିଦ୍ୟାଳୟ ଆଉ ମହାନଦୀର ବୃହତ ମଧୁ ସେତୁ ପ୍ରତିଥର ତାଙ୍କର ସ୍ମୃତି ଚାରଣ କରାଇଦିଏ । ଏହି ମହାନ୍ ଓଡ଼ିଆ ପ୍ରାଣ ତଥା ସ୍ୱାଭିମାନର ପ୍ରତୀକ ପାଲଟିଥିବା ମଧୁ ବାବୁଙ୍କୁ ଜୟନ୍ତୀରେ ଶ୍ରଦ୍ଧାପୁତ ଶ୍ରଦ୍ଧାଞ୍ଜଳି . . .
BREAKING NEWS
- ଜିଓ ଏବଂ ଏନଏଚଏଆଇ ମଧ୍ୟରେ ଏମଓୟୁ, ଜାତୀୟ ରାଜପଥରେ ମୋବାଇଲରେ ମିଳିବ ସୁରକ୍ଷା ଆଲର୍ଟ
- ପ୍ରେମିକାର ଘର ଲୋକ ପୁଅକୁ ଧମକାଇଥିଲେ, ମୁହଁ ଖୋଲିଲେ ମୃତ ଛାତ୍ରଙ୍କ ମା…
- ଘରୋଇ କ୍ରିକେଟକୁ ରୋହିତଙ୍କ ହଁ, କୋହଲିଙ୍କ ନାଁ: ରିପୋର୍ଟ
- ଏସଏମଏଟି୨୫: ବିପ୍ଲବ, ରାଜେଶଙ୍କ ପ୍ରଭାବୀ ପ୍ରଦର୍ଶନ, ଛତିଶଗଡକୁ ହରାଇଲା ଓଡିଶା
- ପୁରୀ ପୋଲିସକୁ ବଡ଼ ସଫଳତା; ସୁନା ଗହଣା ସହ ୬ ଲକ୍ଷ ଜବତ
- Wild Animal Attack: ୧୦ ବର୍ଷରେ ବନ୍ୟପ୍ରାଣୀ ଓ ମଣିଷ ଲଢେଇ ଯାଇଛି ଏତିକି ଜୀବନ…
- ଦୁଇ ପର୍ଯ୍ୟାୟରେ ହେବ ଜନଗଣନା, ସଂସଦରେ ଉତ୍ତର ରଖିଲେ ମନ୍ତ୍ରୀ…
- କଳାକାଚ ଲାଗିଥିବା ଚାରିଚକିଆ ଗାଡ଼ି ମାଲିକଙ୍କୁ ଦଣ୍ଡିତ କରିବାକୁ ଟ୍ରାଫିକ୍ ବିଭାଗକୁ ନିର୍ଦ୍ଦେଶ
- କୋହଲି, ଗମ୍ଭୀରଙ୍କ ସହ ଅଲଗା ଅଲଗା କଥା ହେଲେ ଚୟନ କମିଟି ସଦସ୍ୟ
- ମିଛ ଏଜେଣ୍ଟ ସାଜି ଗାଡ଼ି ଛଡାଉଥିଲେ, ବାନ୍ଧିଲା ପୋଲିସ
Comments are closed.