Latest Odisha News

BREAKING NEWS

ମନୋଜ ଦାସଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପ୍ରଖ୍ୟାତ ଲେଖକ ତଥା ସ୍ବର୍ଗତ ମନୋଜ ଦାସଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିବାର ଓ ସମ୍ପର୍କୀୟଙ୍କୁ ସମବେଦନା ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ପୁଡୁଚେରୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋଜଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋଜ ଦାସଙ୍କ ଶେଷ କୃତ୍ୟ କରିବା ଲାଗି ପୁଡୁଚେରୀ ସରକାରଙ୍କୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ।

୮୭ ବର୍ଷ ବୟସରେ ଗତକାଲି ପ୍ରଖ୍ୟାତ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସଙ୍କ ପରଲୋକ ହୋଇଥିଲା । ଦୀର୍ଘଦିନ ଧରି ଅସୁସ୍ଥ ଥିବା ବେଳେ, ପଣ୍ଡିଚେରୀର ଆଶ୍ରମ ହସପିଟାଲରେ ଚିକିତ୍ସାଧୀନ ଥିଲେ । କିନ୍ତୁ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯିବା ସହ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଥିଲେ ।

Leave A Reply

Your email address will not be published.