କଟକ: ଦରଘାବଜାର ଅଞ୍ଚଳରେ କମିଶନରେଟ ପୋଲିସର ଏନକାଉଣ୍ଟର । ହାର୍ଡକୋର୍ କ୍ରିମିନାଲ୍ ଶେଖ ବାବୁ ଆହତ ହୋଇଛି । ସ୍ପେଶାଲ୍ ସ୍କ୍ୱାଡ୍ ତାକୁ ଏନକାଉଣ୍ଟର କରିଥିଲା । ବାବୁର ବାମ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ କଟକ ଏସସିବିରେ ଚିକିତ୍ସା କରାଯାଉଛି । ଗତକାଲି ରାତିରେ ଦରଖାବଜାର ନିକଟରେ ପୋଲିସ ଶେଖ ବାବୁର ମୁହାଁମୁହିଁ ହୋଇଥିଲା । ପୋଲିସ କାବୁ କରିବାକୁ ଚେଷ୍ଟା କରିଥିଲା । ଏତିକିବେଳେ ପ୍ରଥମେ ଗୁଳି ଚଳାଇ ଚକମା ଦେଇ ଖସି ଯିବାକୁ ଚେଷ୍ଟା କରିଥିଲା ବାବୁ । ପୋଲିସ ପାଲଟା ଗୁଳି ଚଳାଇଥିଲା ।

ଶେଖ ବାବୁର ଗୁଳିରେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଦରଘା ବଜାର ଥାନା ଆଇଆଇସି ଓ ସ୍ପେଶାଲ ସ୍କ୍ୱାଡର ଜଣେ ହାବିଲଦାର ଆହତ ହୋଇଛନ୍ତି । ବାବୁ ନିକଟରୁ ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଗୁଳି ଓ ଗୋଟିଏ ବାଇକ୍ ଜବତ ହୋଇଛି । ପୂର୍ବରୁ ମଧ୍ୟ ପୋଲିସ୍ ଏନକାଉଣ୍ଟରରେ ଆହତ ହୋଇଥିଲା ବାବୁ । ତା ନାଁରେ କଟକର ବିଭିନ୍ନ ଥାନାରେ ୨୧ଟି ମାମଲା ରହିଛି ।
BREAKING NEWS
- Ammunition Recovered in Manipur:ସୁରକ୍ଷା ବାହିନୀକୁ ବଡ଼ ସଫଳତା: ୯ ଉଗ୍ରବାଦୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, IED ଜବତ
- ବୁଡିଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ଭାସିଗଲେ ବାପା
- Snake bite:ସାପ କାମୁଡ଼ାର ପ୍ରେମିକ ମୃତ;ଖବର ଶୁଣି ଜୀବନ ହାରିଲା ପ୍ରେମିକା
- ବଜ୍ରାଘାତରେ ଚାଲିଗଲା ୨ଜୀବନ; ୨ ଗୁରୁତର ମେଡିକାଲରେ ଭର୍ତ୍ତି
- ଉତ୍ତମ ଆଚରଣ ପାଇଁ ୧୯ଜଣ ଆଜୀବନ କଏଦୀଙ୍କୁ ମୁକ୍ତି;ଝାରପଡ଼ାରୁ ୩
- କମନୱେଲଥ୍ ଗେମ୍ସ: ଗ୍ଲାସଗୋ ରେଷ୍ଟୋରାଣ୍ଟରେ ଭାରତର ଭୁଲ୍ ମାନଚିତ୍ର ଦେଖି ଅସନ୍ତୋଷ ପ୍ରକାଶ କଲେ ଲଭଲିନା
- 3-D ରିଇନ୍ଫୋର୍ସଡ୍ ଆଡଭାନ୍ସଡ୍ କମ୍ପୋଜିଟ୍ ଟେକ୍ନୋଲୋଜି ପାଇଁ NIT ରାଉରକେଲାକୁ ମିଳିଲା ପେଟେଣ୍ଟ
- ହାର୍ଦ୍ଦିକଙ୍କ ଚେନ୍ନାଇ ସୁପର କିଙ୍ଗସ ଟ୍ରେଡ୍କୁ ନେଇ ବଢ଼ୁଛି ସସପେନ୍ସ, ସ୍ପଷ୍ଟୀକରଣ ରଖିଲା ମୁମ୍ବାଇ
- Ferry catches fire: ସମୁଦ୍ର ମଝିରେ ଫେରୀରେ ଭୟଙ୍କର ଅଗ୍ନିକାଣ୍ଡ… ୫ ମୃତ ଓ ୪୧ ନିଖୋଜ
- ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୂଆ ଲୁକ ଭାଇରାଲ, ଫ୍ୟାନ୍ସ ଚକିତ…
Comments are closed.