Latest Odisha News

BREAKING NEWS

ଲୋକଙ୍କ ପାଇଁ କୋଭିଡ୍‌ ଇନ୍‌ଫରମେସନ୍‌ ପୋର୍ଟାଲ ଖୋଲିଲେ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲି

ନୂଆଦିଲ୍ଲୀ: କୋଭିଡ ପଜିଟିଭ ରୋଗୀଙ୍କ ପରିବାର ସଦସ୍ୟଙ୍କ ପାଇଁ ସୋସିଆଲ ମିଡିଆ ଏକ ସୂଚନା ହବରେ ପରିଣତ ହେଉଛି।

କୋଭିଡ୍ ରୋଗୀଙ୍କ ପାଇଁ କ୍ରମାଗତ ଭାବରେ ଅପଡେଟ୍ ଏବଂ ହେଲ୍ପଲାଇନ ନମ୍ବର ଯୋଗାଇ ଦିଆଯାଉଛି। ନିର୍ଦ୍ଦେଶକ ଏସ୍‌ଏସ ରାଜାମୌଲି ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

ଗୁରୁବାର ଦିନ ସେ ଟ୍ୱିଟରରେ ଘୋଷଣା କରିଛନ୍ତି ଯେ RRR ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ କୋଭିଡ-୧୯ ସହ ଜଡିତ ପ୍ରାମାଣିକ ସୂଚନା ପ୍ରଦାନ କରାଯିବ। ଏଥିପାଇଁ ସେ ଏକ କୋଭିଡ୍‌ ଇନ୍‌ଫରମେସନ୍‌ ପୋର୍ଟାଲ୍‌ ଖୋଲିଛନ୍ତି। ଯାହାଦ୍ବାରା ଲୋକମାନେ ସହଜରେ କରୋନା ସମ୍ପର୍କିତ ସୂଚନା ପାଇପାରିବେ।

ଅଭିନେତା ଅଜୟ ଦେବଗନ୍ ମଧ୍ୟ ଏସ୍‌ଏସ ରାଜାମୌଲିଙ୍କ ଏହି ଉଦ୍ୟମକୁ ବେଶ୍‌ ପ୍ରଶଂସା କରିଛନ୍ତି।

Comments are closed.