Latest Odisha News

BREAKING NEWS

ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲଙ୍କୁ କରୋନା

ନୂଆଦିଲ୍ଲୀ: ଦିଲ୍ଲୀ ଉପ ରାଜ୍ୟପାଳ ଅନୀଲ ବୈଜଲ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ ଆସିଛି । ସେ ଏବେ ନିଜକୁ ଘରେ ଆଇସୋଲେଟଡ କରିଛନ୍ତି । ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ନିଜର ଟେଷ୍ଟ କରାଇଥିଲେ । ସେ ଟୁଇଟ କରି ଜଣାଇଛନ୍ତ ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି ସେମାନେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ ।

ସୁସ୍ଥ ଥିବା ଅଧିକାରୀମାନେ ପୂର୍ବଭଳି କୋଭିଡ-୧୯କୁ କିପରି କାବୁ କରାଯାଇ ପାରିବ ସେ ନେଇ କାର୍ଯ୍ୟ ଜାରୀ ରଖନ୍ତୁ । ଏପ୍ରିଲ ୧୯ରେ ଲକଡାଉନ ଘୋଷଣା କରାଯିବା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପ ରାଜ୍ୟପାଳଙ୍କୁ ଭେଟିଥିଲେ ।

Leave A Reply

Your email address will not be published.