ଆରମ୍ଭ ହୋଇଛି ‘ଲକଡାଉନ୍’ । କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟବ୍ୟାପୀ ଲାଗୁ ହେଇଛି ‘ଲକଡାଉନ୍’ ଫଣ୍ଡା। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରହିବ ଏହି କଟକଣା। ସକାଳୁ ସକାଳୁ ଭୁବନେଶ୍ୱର ସମେତ ଅନ୍ୟ ଜିଲ୍ଲାରେ ପ୍ରମୁଖ ରାସ୍ତା ବାରିକେଡ ସାଙ୍ଗକୁ ବାଉଁଶ ବାଡ଼ କରା ଯାଇଛି। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ମିଳିଛି ଦୋକାନରେ । ଏହି ୬ ଘଣ୍ଟା ଯାଏ ଖୋଲା ରହିଛି ପନିପରିବା, ଗ୍ରୋସରୀ, କ୍ଷୀର, ମାଛ, ମାଂସ, ଅଣ୍ଡା ଦୋକାନ । ମେଡିସିନ୍ ଦୋକାନ ଖୋଲା ରହିଛି । କିନ୍ତୁ, କୌଣସି ଜାଗାରେ ଭିଡ଼ କରିବା ମନା । ଭିଡ଼ ହେଲେ ଦୋକାନ ସିଲ୍ ହେବ । ଅସ୍ଥାୟୀ ଦୋକାନଗୁଡ଼ିକ ମଧ୍ୟରେ ଦୂରତା ରହିଛି । ଦୋକାନୀ ଓ ଗ୍ରାହକ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିଛନ୍ତି। । ପ୍ରତ୍ୟେକ ଲୋକ ନିଜ ଘରଠାରୁ ୫୦୦ ମିଟର ଦୂରତା ଭିତରେ ଚାଲି ଚାଲି ଯାଇ ସଉଦା ଓ ପନିପରିବା କିଣିଛନ୍ତି।
ଲକଡାଉନରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି । ପୁଲିସ, ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ, ଗଣମାଧ୍ୟମ ସମେତ ଜରୁରୀ ସେବା ଯୋଗାଉଥିବା ସମସ୍ତ ବିଭାଗ ଓ ସଂସ୍ଥାର ଲୋକେ ପରିଚୟପତ୍ର ଦେଖାଇ ଯାତାୟତ କରୁଛନ୍ତି।
କେବଳ ଜରୁରୀ ସେବାରେ ନିୟୋଜିତ ସଂସ୍ଥାର କର୍ମଚାରୀମାନେ ପରିଚୟପତ୍ର ଦେଖାଇ ଯାଇପାରିବେ । ବିମାନବନ୍ଦର ଓ ରେଳ ଷ୍ଟେସନକୁ ଯିବା ପାଇଁ ଆବଶ୍ୟକ ପ୍ରମାଣ ଦେଖାଇ ଯାଇ ପାରିବେ। ସେପେଟେ କମିଶନରଟେ ଲକ ଡାଉନ ପାଇଁ ଭୁବନେଶ୍ବର ସୁରକ୍ଷା ବ୍ୟବସ୍ଥା କଡାକଡି । ମୁତୟନ ହେବେ ୨୦ପ୍ଲାଟୁନ ଫୋର୍ସ । ନଜର ରଖିବେ ୨୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀ । ଦେଢ଼ସହ ରୁ ଅଧିକ ଟ୍ରାଫିକ ପୋଲିସର କର୍ମଚାରୀ ନିଯୁକ୍ତି ହୋଇଛନ୍ତି। ସହର ପ୍ରମୁଖ ୫୩ ଚେକ ପୋଷ୍ଟ କରାଯାଇଛି। ମେଡ଼ିକାଲ ଯାଉଥିବା କହି ପ୍ରେସକ୍ରିପ୍ସନ ଦେଖାଇ ଯାଂଚ ବେଳେ ଯଦି ପାଖରୁ ପରିବା ବ୍ୟାଗ ବାହାରେ ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଡିସିପି କହିଛନ୍ତି।
BREAKING NEWS
- ବିଶ୍ୱରେକର୍ଡ ପାଇଁ ଜାଡେଜାଙ୍କୁ ଆବଶ୍ୟକ ଗୋଟିଏ ୱିକେଟ
- Odisha DGP:ଡିଜିପି ନିଯୁକ୍ତି ଶୁଣାଣି;ମଙ୍ଗଳବାର ପରବର୍ତ୍ତୀ ଶୁଣାଣି
- ମଇଁଷି ଚରାଳିରୁ ଆଇ.ଏ.ଏସ ଅଫିସର
- ଜ୍ଞାନେଶ କୁମାରଙ୍କୁ ୪୮ଘଂଟାରେ ଡେଡଲାଇନ୍, ନହେଲେ ପ୍ରତିବାଦ: CJP
- ବିସିସିଆଇର ନୂଆ ଟାଇଟଲ ସ୍ପନସର ହେଲା ମୁଥୁଟ୍ ଫିନକର୍ପ
- ଲଘୁଚାପ ଜନିତ ପ୍ରବଳ ବର୍ଷା: ଗଛ ଉପୁଡ଼ି ଓଡ଼ିଶା-ଆନ୍ଧ୍ରପ୍ରଦେଶ ରାସ୍ତା ଅବରୋଧ
- ସାମସନଙ୍କୁ ବାଦ୍ ଦେବା ଥିଲା କୋଚିଂ କ୍ୟାରିୟରର ସବୁଠୁ କଠିନ ନିଷ୍ପତ୍ତି: ସାରା ରାତି ଶୋଇପାରିନଥିଲେ ଗମ୍ଭୀର
- ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଗିରଫ କରିପାରିବ କି ପୋଲିସ, କ’ଣ କହୁଛି ଆଇନ?
- No More Fake Paneer: ବିକଳ୍ପ ଉତ୍ପାଦ ପାଇଁ ‘ପନୀର୍’ ଲେବଲ୍ ଉପରେ FSSAIର କଟକଣା
- Landslide In Kalinga Ghat:କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ;ଧସିଲା ନବନିର୍ମିତ ଗାର୍ଡ ୱାଲ୍ …ଏପଟେ ରାୟଗଡ଼ା ପାହାଡ଼ରୁ ମାଟି ଅତଡ଼ା ଓ ପଥର ଖସୁଛି


Comments are closed.