Latest Odisha News

କୋଭିଡ୍‌ ନିୟମ ଉଲ୍ଲଂଘନ; ମାଲିକ ସହ କୁକୁର ବି ଗିରଫ

ଇନ୍ଦୋର: ଭାରତରେ କୋଭିଡ୍ ମାମଲା ବଢୁଥିବାବେଳେ ବିଭିନ୍ନ ସ୍ଥାନରେ କର୍ତ୍ତୃପକ୍ଷ କଠୋର ନିୟମ ପାଇଁ ଚାପ ପକାଉଛନ୍ତି। କୋଭିଡ୍‌ ନିୟମ ଉଲ୍ଲଂଘନ ନହେବା ପାଇଁ ପୋଲିସ ସବୁଆଡେ କଡା ସଜାଗ ରହିଛି।

କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଇନ୍ଦୋର ପୋଲିସ ଜଣେ ମାଲିକଙ୍କ ସହ ଗୋଟିଏ କୁକୁରକୁ ଗିରଫ କରିଥିବା ଜଣାପଡ଼ିଛି।

ଏହି ଘଟଣା ଘଟିଛି ଇନ୍ଦେରର ପାଲାସିଆ ଅଞ୍ଚଳରେ। କୋଭିଡ୍‌ କର୍ଫ୍ୟୁ ସମୟରେ ବ୍ୟକ୍ତି ଜଣକ ନିଜ କୁକୁରକୁ ଧରି ବୁଲୁଥିବା ବେଳେ ଇନ୍ଦୋରର ପୋଲିସ ଟିମ୍ ପାଟ୍ରୋଲିଂ କରୁଥିଲେ। କର୍ଫ୍ୟୁ ସମୟରେ କୋଭିଡ୍‌ ନିୟମ ଉଲ୍ଲଂଘନ କରି ବୁଲୁଥିବାରୁ ପୋଲିସ ଉଭୟ ମାଲିକ ଏବଂ କୁକୁରକୁ ଗିରଫ କରିଛି।

ଗିରଫ ବ୍ୟକ୍ତି ଜଣକ ଜଣେ ବ୍ୟବସାୟୀ ଏବଂ ସେ କୁକୁରକୁ ବୁଲାଇବାକୁ ବାହାରକୁ ଆଣିଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା।

ରିପୋର୍ଟ ଅନୁଯାୟୀ, କୁକୁର ସହିତ ଉକ୍ତ ବ୍ୟକ୍ତିଙ୍କୁ ଜେଲ ପଠାଯାଇଛି, କିନ୍ତୁ ପୋଲିସ ଏହାକୁ ଅସ୍ୱୀକାର କରିଛି।

କିଛି ପଶୁ ଅଧିକାର କର୍ମୀ ଉକ୍ତ ବ୍ୟକ୍ତି ଏବଂ କୁକୁରକୁ ବାହାରେ ବୁଲିବା ପାଇଁ ଗିରଫ କରିବାକୁ ବିରୋଧ କରିଥିବା ଜଣାପଡ଼ିଛି।

Comments are closed.