Latest Odisha News

ରିଲାଏନ୍ସ ରିଟେଲ,ବିଶ୍ୱର ଦ୍ୱିତୀୟ ସର୍ବାଧିକ ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲର

ଭୁବନେଶ୍ୱର: ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ରିଟେଲ ଲିମିଟେଡ ୨୦୨୧ରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲର ଭାବେ ମାନ୍ୟତା ଲାଭ କରିଛି । ଏଥିସହିତ ରିଲାଏନ୍ସ ରିଟେଲ ଏକମାତ୍ର ଭାରତୀୟ ରିଟେଲର ଭାବରେ ବିଶ୍ୱର ୨୫୦ ରିଟେଲର ତାଲିକାରେ ସ୍ଥାନ ପାଇଛି । ବିଶ୍ୱର ପ୍ରଭାବଶାଳୀ ରିଟେଲିଂ ଏବଂ ଦ୍ରୁତ ତମ ଅଭିବୃଦ୍ଧିଶୀଳ ରିଟେଲର ତାଳିକାରେ ଏହା କ୍ରମାଗତ ୪ବର୍ଷ ହେଲା ସ୍ଥାନ ପାଇଆସୁଛି । ଗତ ବର୍ଷ ଏହା ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ୫୦ରିଟେଲର ତାଲିକାରେ ରିଲାଏନ୍ସ ରିଟେଲ ଶୀର୍ଷରେ ରହିଥିବାବେଳେ ଚଳିତ ବର୍ଷ ଦ୍ୱିତୀୟ ସ୍ଥାନରେ ରହିଛି ।

ତେବେ ବିଶ୍ୱର ପ୍ରଭାବଶାଳୀ ରିଟେଲିଂ ତାଲିକାରେ ଗତବର୍ଷ ରହିଥିବା ୫୬ତମ ସ୍ଥାନରୁ ତିନିଟି ସ୍ଥାନ ଉପରକୁ ଉଠି ଏହା ୫୩ତମ ସ୍ଥାନରେ ରହିଥିବା ଡେଲଏଟ ପକ୍ଷରୁ ପ୍ରସ୍ତୁତ ଏବଂ ପ୍ରକାଶିତ ବିଶ୍ୱ ରିଟେଲ ଜଗତର ପ୍ରଭାବଶାଳୀ ତାଲିକାରୁ ଜଣାଯାଇଛି । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଅଭିବୃଦ୍ଧି ୪୧.୮% ହୋଇଛି ଏବଂ ଏହାର ଉପଭୋକ୍ତା ଇଲେକଟ୍ରୋନିକ୍ସ,ଫ୍ୟାଶନ, ଲାଇଫଷ୍ଟାଇଲ ୧୩.୧% ବୃଦ୍ଧି ପାଇ ଏଭଳି ସଫଳତା ମିଳିଛି ।

୨୦୨୦ ଆର୍ଥିକ ବର୍ଷ ଶେଷସୁଦ୍ଧା ଦେଶର ୭ହଜାରରୁ ଅଧିକ ସହର ଓ ନଗରରେ ଏହାର ଖୁଚୁରା ଷ୍ଟୋର ସଂଖ୍ୟା ୧୧,୭୮୪କୁ ବୃଦ୍ଧି ।ଇଛି । ତତ୍‌ସହିତ ଉଭୟ ଡିଜିଟାଲ ଇ-କମର୍ସ ବ୍ୟବସାୟ ଏହାର ଅଭିବୃଦ୍ଧିରେ ଦ୍ୱିତୀୟ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡେଲଏଟ୍ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.