ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ଦୈନିକ ମୃତ୍ୟୁସଂଖ୍ୟା ୪ହଜାର ଉପରେ ରହୁଛି । ଆଜି ଦେଶରେ ମହାମାରୀରେ ଆଉ ୪ହଜାର ୧୨୦ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହି ସମୟରେ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୬୨ହଜାର ୭୨୭ ନୂଆ ଆକ୍ରାନ୍ତ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଦିନ ହେବ ୪ ଲକ୍ଷ ତଳେ ରହିଛି । କିନ୍ତୁ ମୃତ୍ୟୁସଂଖ୍ୟା ୪ ହଜାର ପାର କରିଛି ।
୫ଟି ରାଜ୍ୟରୁ ୫୦% ପଜିଟିଭ୍
ମହାରାଷ୍ଟ୍ରରେ ସର୍ବାଧିକ ୪୬ ହଜାର ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଦୈନିକ ମୃତ୍ୟୁସଂଖ୍ୟା ରହିଛି ୮୧୬ । ସେହିପରି କର୍ଣ୍ଣାଟକରେ ପାଖାପାଖି ୪୦ହଜାର ସଂକ୍ରମିତ ହୋଇଥିବା ବେଳେ ୫୧୭ ଜଣ ପ୍ରାଣ ହରାଇଛନ୍ତି । ତାମିଲନାଡୁରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩୦ହଜାର ପାର କରିଥିବା ବେଳେ ଆଉ ୨୯୩ ଜଣ ମୃତ୍ୟୁବରଣ କରିଛନ୍ତି । କେବଳ ୫ଟି ରାଜ୍ୟରୁ ମୋଟ୍ ଆକ୍ରାନ୍ତଙ୍କ ୫୦ ପ୍ରତିଶତ ପଜିଟିଭ୍ ବାହାରିଛନ୍ତି ।
ଦେଶରେ ୩୭ଲକ୍ଷ ଆକ୍ଟିଭ୍ କେସ୍
ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨ଲକ୍ଷ ୫୮ହଜାର ୩୧୭କୁ ବୃଦ୍ଧି ପାଇଛି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୩୭ଲକ୍ଷ ୨ହଜାର ୬୬୫ । ସଂକ୍ରମିତଙ୍କ ସହ ବଢୁଛି ସୁସ୍ଥ ହାର । ଗତ ୨୪ ଘଣ୍ଟାରେ ଆଉ ୩ଲକ୍ଷ ୫୨ହଜାର ୧୮୧ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି ୧କୋଟି ୫୭ଲକ୍ଷ ୩୪ହଜାର ଆକ୍ରାନ୍ତ । ଏବେ ଦେଶରେ ୩୭ଲକ୍ଷ ୧୦ହଜାର ୫୨୫ଟି କରୋନା ଆକ୍ଟିଭ୍ କେସ୍ ରହିଛି ।
BREAKING NEWS
- ଭିଜିଲାନ୍ସ ଜାଲରେ ଡେଲାଙ୍ଗ ଫରେଷ୍ଟର୍
- କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପ୍ରେମ କାହାଣୀ
- କେତେ ସୁରକ୍ଷିତ ବ୍ୟାଙ୍କ୍ ଲକର୍, କୋଟିରୁ ଅଧିକ ମୂଲ୍ୟର ସୁନା ଗାଏବ
- ୱାର୍କ ଭିସାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କଲା ସାଉଦି ଆରବ, ପ୍ରଭାବିତ ହେବେ ଭାରତୀୟ
- Garudastra: ଆତ୍ମନିର୍ଭର ଭାରତର ନୂଆ ଅସ୍ତ୍ର, ଶତ୍ରୁଙ୍କ ପାଇଁ କାଳ ହେବ “ଗରୁଡ଼ାସ୍ତ୍ର”
- US-Iran 14-Point Deal: ଇରାନ-ଆମେରିକା ଶାନ୍ତି ଚୁକ୍ତି: ହର୍ମୁଜକୁ ହଁ, ପରମାଣୁ ଅସ୍ତ୍ରକୁ ନା…ଜାଣନ୍ତୁ ୧୪ଟି ବଡ଼ ସର୍ତ୍ତ…
- ଲାଞ୍ଚ ନେଇ ASI ରାଜେଶ କୁଲ୍ଲୁ ଚାକିରିରୁ ବିଦା, ଦୁଇ ହୋମଗାର୍ଡଙ୍କୁ…
- SIR କାର୍ଯ୍ୟରେ ଅବହେଳା ଅଭିଯୋଗ: ଦୁଇ ଶିକ୍ଷକ ନିଲମ୍ବିତ
- NEET-UG ପୁନଃପରୀକ୍ଷା ପୂର୍ବରୁ ଜୀବନ ହାରିଲେ ୩ ଆଶାୟୀ..
- ମାସ ଶେଷ ଆଡକୁ ଲଘୁଚାପ ସମ୍ଭାବନା, ଗରମରୁ ମିଳିବ ମୁକ୍ତି

Comments are closed.