Latest Odisha News

BREAKING NEWS

ଓଡ଼ିଶାରେ ୬ ଲକ୍ଷ ଟପିଲା କରୋନା କେସ୍: ୨୪ ଘଣ୍ଟାରେ ଆଉ ୧୧, ୮୦୫ ପଜିଟିଭ୍

ଭୁବନେଶ୍ୱର: କେବେ ବଢୁଛି, ପୁଣି କେବେ ଖସୁଛି । ରାଜ୍ୟରେ କରୋନା ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ରହିଛି । ଗତକାଲି ଅପେକ୍ଷା ଆଜି ରାଜ୍ୟରେ କମିଛି ଦୈନିକ ସଂକ୍ରମଣ । ଆଜି ଚିହ୍ନଟ ହୋଇଛନ୍ତି ୧୧ହଜାର ୮୦୫ ସଂକ୍ରମିତ । ଗତକାଲି ଅପେକ୍ଷା ୫୮୫ଟି କମ୍ । ଗତକାଲ ରାଜ୍ୟରୁ ଚିହ୍ନଟ ହୋଇଥିଲେ ୧୨ହଜାର ୩୯୦ ପଜିଟିଭ୍ । ୨୪ ଘଣ୍ଟାରେ କ୍ୱାରେଣ୍ଟାଇନରୁ ୬ହଜାର ୬୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫ହଜାର ୧୯୪ ।

ଗତକାଲି ଅପେକ୍ଷା ଆଜି ସୁନ୍ଦରଗଡ଼ରେ ସଂକ୍ରମଣ ଲମ୍ବା ଡିଆଁ ମାରିଛି । ଗତକାଲି ୮୮୨ ପଜିଟିଭ୍ ବାହାରିଥିବା ବେଳେ ଆଜି ଏହି ସଂଖ୍ୟା ୧୨ଶହ ୯ ରହିଛି । ତେବେ ଖୋର୍ଦ୍ଧା ଜିଲ୍ଲାରେ ଗତକାଲି ଅପେକ୍ଷା ଆଜି କମିଛି । ଆଜି ଚିହ୍ନଟ ହୋଇଛନ୍ତି ୧୪ଶହ ୧୪ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୨୨ଶହ୨ ।

ସେହିପରି କଟକରୁ ୧୧ଶହ ୯୭, ଅନୁଗୋଳରୁ ୬୬୮ ଓ ସମ୍ୱଲପୁର ଜିଲ୍ଲାରୁ ୫୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୪୨୧, ଯାଜପୁରରୁ ୩୯୨, ନୂଆପଡ଼ାରୁ ୩୮୮, କଳାହାଣ୍ଡିରୁ ୩୭୭ ଓ ମୟୂରଭଞ୍ଜ ଜିଲ୍ଲାରୁ ନୂଆ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୭୪ ।

ମାଲକାନଗିରି ଓ କନ୍ଧମାଳ ଜିଲ୍ଲାକୁ ଛାଡ଼ି ଦେଲେ ବାକି ସବୁ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୬ ଲକ୍ଷ ୪୯୨କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୪ଲକ୍, ୯୧ହଜାର ୬୭୪ ଆକ୍ରାନ୍ତ । ଏବେ ରାଜ୍ୟରେ ୧ଲକ୍ଷ ୬ହଜାର ୪୭୧ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.