Latest Odisha News

BREAKING NEWS

ଅଖିମୁଠିରୁ ଆରମ୍ଭ ସଭ୍ୟତାର ସୂଚୀପତ୍ର

କୃଷି – ସେ ମାନବ ସମାଜର ସଂଚାଳକ ଶକ୍ତି । ଜୀଇଁବାର ପ୍ରତ୍ୟେକଟି ମୁହୂର୍ତ୍ତକୁ ଅନୁଭବ କରିବାର ମାଧ୍ୟମ ଏଇ କୃଷି । ସଭ୍ୟତାର ସୂଚୀପତ୍ର ଆଉ ଚିନ୍ତା ଓ ଚେତନାର ଉନ୍ମେଷକ । ଦିନରେ ଦି ଓଳିଖାଇବାର ସ୍ୱପ୍ନକୁ ଚରିତାର୍ଥ କରେ କୃଷି । ଆଉ ଏସବୁକୁ ନିଜ ହାତରେ ବାସ୍ତବତାର ରୂପ ଦିଏ ସେ ମାଟିର ମଣିଷ । କାଦୁଅ କ୍ଷେତରସେ ଚିର ପରିଚିତସାଥୀ । ରାତି ପାହିଲେ ପଖାଳ ମୁଠାଏରୁ ଆରମ୍ଭ ହୋଇଯାଏ ଏ ଚାଷର ମହାନ ପର୍ବ । ବ୍ୟବସାୟ ନୁହେଁ ବରଂ ନଜ କର୍ମସିକ୍ତ ଜୀବନର ଏକ ସାର୍ଥକ ପ୍ରତିବେଦନ ଭାବରେ ପ୍ରତ୍ୟେକ ଦିନ ଏହି ସ୍ୱର୍ଗୀୟ ଅନୁଭୂତିକୁ ଅବଲୋକନ କରେ ଚାଷୀ । ବନ୍ଧ୍ୟା ଜମିକୁ ଶ୍ୟାମଳା କରିବାର ସେ ସାଜେ ସାରଥୀ । ସର୍ବୋପରି ଏ ଧରା ପୃଷ୍ଠରେ ଧରିତ୍ରୀ ମାତାର ଅମୃୃତ ସନ୍ତାନ ଭାବରେ ନିଜକର୍ମକୁ ସଠିକ ଢ଼ଙ୍ଗରେ ପାଳନ କରେ । ଅନୁଭବ କରେ ସେ ମହାର୍ଘ୍ୟ ଅନୁଭୂତିର ଉଚ୍ଚାରଣକୁ ମର୍ମେମର୍ମେ ।

କହିଁ କେଉଁ କାଳରୁ ଅଖିମୁଠି ପରମ୍ପରା ଆମ ଗାଁମାନଙ୍କରେ ରହି ଆସିଛି । ଚାଷୀ ବୈଶାଖରେ ଜମିରେ ବିହନ ବୁଣେ । ଏଇ ଦିନ ହିଁ ବିହନର ଅନୁକୂଳ ହୁଏ । କର୍ଷଣରୁ କୃଷି । ଆଜିର ଦିନରେ ଚାଷ ଜମିରେ ଲଙ୍ଗଳର ସ୍ପର୍ଶ ହୁଏ । ସୁବର୍ଣ୍ଣ ଫଳେଇବାର ସ୍ୱପ୍ନ ଦେଖେ ଚାଷୀ । ଅଖିମୁଠି ଅନୁକୂଳ ପରେ ଆଷାଢ଼ର ବର୍ଷା ଧାରାରେ ଏ ସବୁଗଜାର ରୂପ ନିଏ । ଆଉ ଚାଷୀ ମନରେ ଖେଳିଯାଏ ଆନନ୍ଦର ବର୍ଣ୍ଣବିଭା । ବାସ୍ . . ଏ ଅକ୍ଷୟ ତୃତୀୟାଠୁ ଆରମ୍ଭ ହୁଏ ବୁଣାବେଉଷଣର ପର୍ବ । ବିହନ ବୁଣିବା ଠାରୁ ଜମିରେ ପାଚିଲା କେଣ୍ଡା ଫୁରୁଫୁରୁ ହୋଇ ପବନର ସାଥୀରେ ଝୁଲିବା ଯାଏଁ ସ୍ଥିର ହୋଇ ବସିପାରେନି ଚାଷୀ । କହିବାକୁ ଗଲେ ଏ ପାଚିଲା କେଣ୍ଡାର ପ୍ରକୃତ ଏନ୍ତୁଡ଼ିଶାଳ ହିଁ  ଅଖିତୃତୀୟା । ମାଟିର ମଣିଷ , ମାଟିସହ ମାଟିହୋଇ ଲାଗିପଡ଼େ ସଭ୍ୟତାର ସୂଚୀପତ୍ରକୁ ସଠିକ ରୂପ ଦେବା ପାଇଁ । ଏସବୁ ତ ଚାଷୀର ପର୍ବ । ଏକଥାକୁ ଅସ୍ୱୀକାର କରାଯାଇନପାରେ ।

ବାସ୍ତବ ଚିତ୍ରକୁ ଯଦି ଲକ୍ଷ୍ୟ କରାଯାଏ ଚାଷୀର ମନ କଥା ବୁଝିବାକୁ ଆଜି ଯାଏଁ ବି କେହି ସମତଁ ନୁହନ୍ତି । ଏକ ନିରୀହ ଚାର୍ହାଣିରେ ସେ ଅସୁମାରୀ ଲୋକଙ୍କ ମନରେ ଫୁଟାଇ ପାରେ ଅଫୁରନ୍ତ ହସ । ସେଇଥି ପାଇଁ ତ ସେ ମହାନ । ସରକାର ସବୁବେଳେ ଚାଷୀଙ୍କୁ  ନିଜ ଫୋକସ୍‌ରେ ରଖିଥାନ୍ତି । ଏକଥା ସତ । କିନ୍ତୁ ସେସବୁ ଯେ ସତରେ କେତେ ଦୂର ଗ୍ରହଣୀୟ ସେକଥା କେବଳ ନିଜେ ଚାଷୀଟିଏ ହିଁ କହିପାରିବ । ଗତ ପାଂଚମାସ ତଳେ ଯେତେବେଳେ ମୁଁ କୃଷି ପ୍ରଶିକ୍ଷଣ ଦେବା ପାଇଁ ଅନେକ ଗାଁକୁ ଯାଉଥିଲି ମନରେ ତ ଅନେକ ଭୟ ନେଇ ଯାଉଥିଲି । ଚାରିବର୍ଷର ପାଠପଢ଼ାକୁ ମୁଁ ସମାନଙ୍କୁ କହିବାକୁ ଯାଉଛି , େଲେ ସେମାନେ ତ ତିରିଶ ବର୍ଷ ହେବ ସେଇ ମାଟି ସହ ଜଡ଼ିତ ହୋଇ ଅଛନ୍ତି । ସେଇଠି ଘର , ସେଇଠି ସ୍ୱର୍ଗ ।ସେମାନଙ୍କୁବି ଆମେ କଣ ପ୍ରଶିକ୍ଷଣ ଦେବୁ । କିନ୍ତୁ ଯେତେବେଳେ ସେ ଚାଷୀଙ୍କ ସହ ବହୁ ପାଖରୁ ମିଶିବାର ସୁଯୋଗ ମିଳିଲା ସେତେବେଳେ ପ୍ରଶିକ୍ଷଣ କମ୍ ଆଉ ଆଳାପ ବେଶୀ ହେଲା । ଅର୍ଥାତ ଏଇ ଚାରି ଘଣ୍ଟା ର ପ୍ରଶିକ୍ଷଣ ସମୟ ଭିତରେ ଆମେ ସମସ୍ତେ ଆମ ଜୀବନର ଅନେକ ପୁରୁଣା କଥା ସାଉଁଟିବସୁ । ସେ ମୁହୂର୍ତ୍ତ ସତରେ ସ୍ମରଣୀୟ । ନିଜେ ଜାଣିବାକୁ ଚେଷ୍ଟା କଲି ସତରେ ଏ ଚାଷରେ ଅଛି କଣ ? ଏବେର ଆଧୁନିକ ଯୁଗରେ ଲୋକ ଚାଷ ନାଁ ଶୁଣିଲେ ନାକ ଟେକୁଛନ୍ତି । ଆଉ ମୁଁ ତ ଏହାର ଭୁକ୍ତଭୋଗୀ । ପ୍ରଥମ ବର୍ଷ ଯେବେ କୃଷି ପାଠ୍ୟକ୍ରମରେ ନାଁ ଲେଖାଇଲି , କେତେ କଥା ଗାଁରେ । ପୁଅ ଚାଷ କରିବ ବଡ଼ ହୋଇ , ଆମ ବିଲଖାଲି ଅଛି ଆସିବୁ ପାଠ ପଢ଼ି । ଏମିତି ଅନେକ । ସେତେବେଳେ ତ କିଛିବୁଝିପାରି ନଥିଳଇ ।କେବଳ ଏତିକି ମନେ ହେଲା ଯେ ସତରେ କଣ ଚାଷ ଏତେ ଖରାପ ??? ଲେକ କଣ ପାଇଁ ଏ ପାଠ ପଢ଼ିଲାବେଳକୁ ଏମିତି କଥା କହୁଛନ୍ତି । ଯଦି କେଉଁ ପିଲା ମେଡ଼ିକାଲ କି ଇଂଜିନିୟରିଂ ପଢ଼ୁଛି , କି ଆଇନ ପାଠ ପଢ଼ୁଛି ସେବେ ବାହାବାହା ଦେଲାବେଳକୁ ଏ ପାଠରେ ଏତେ କୁଣ୍ଠାବୋଧ କଣ ପାଇଁ । ଅନ୍ୟପକ୍ଷରେ ସରକାର କୃଷିକୁ ଯଥୋଚିତ ଗୁରୁତ୍ୱ ଦେଉଥିଲା ବେଳେ ଲୋକେ କଣ ପାଇଁ କୃଷି ଶିକ୍ଷାକୁ ନାକଟେକୁଛନ୍ତି । ସେ ଯାହାବି ହେଉ ଏବେ ମୋର ଚାରିବର୍ଷର କୃଷିସ୍ନାତକ ଶେଷ ହୋଇଯାଇଛି । ଅନେକ କିଛି ଶିଖିଛି । ଅନେକ ଚାଷୀଙ୍କ ସହ ମିଶିଛି । ଆଉ ମୋ ମତରେ କୃଷି ପାଠ୍ୟକ୍ରମ ମୋ ପାଇଁ ସବୁକିଛି । ଜୀବନର ପ୍ରକୃତର ହସ୍ୟକୁ ଖୋଜି ଆଣିବାରେଏହା ମୋତେ ବାଟ ଦେଖାଇଛି ।

ଯେତେବେଳେ ଚାଷୀଙ୍କ ସହ ମିଶିବାର ସୁଯୋଗ ମିଳେ, ସେମାନେ ନିଜ ଚାଷବାସର କଥାକୁ ବେଶ ନିଖୁଣ ଭାବେ କହିଚାଲନ୍ତି , ତାହାକୁ ଶୁଣି ଆଖିରୁ ଲୁହ ଆସିଯାଏ । ମନେ ମନେ ଭାବିଲି , ଆମେ ବଡ଼ ଚାକିରୀ ପାଇଁ କେତେ ଲୋଭ କରୁଛନ୍ତି , ବର୍ଷରେ ଚାକିରୀର ପ୍ୟାକେଜ କେତେ ଅଛି ପ୍ରଥମେ ଦେଖୁଛନ୍ତି କିନ୍ତୁ ଏମାନଙ୍କ କଥା ଭାବିଲେ । ନା ପ୍ୟାକେଜ , ନା ହାକିମ ହେବାର ଇଚ୍ଛା । ସବୁକିଛି ଏମାନଙ୍କ ଆଗରେ ତୁଚ୍ଛ । ଚାଷବାସ ଜମିରେ କେଇ ଘଣ୍ଟା ବିତାଇ ଦେଲେ ସେମାନଙ୍କର ଆତ୍ମତୃପ୍ତି ମିଳିଯାଏ । କିନ୍ତୁ ଯଦି ଚାଷୀମାନଙ୍କୁ ହିଁ ଅଣଦେଖା କରାଯାଏ , ଏହାଠୁ ବଡ଼ ଦୁଃଖର ବିଷୟ କିଛି ନାହିଁ ।

ସମୟ ଆସିଛି ଚାଷୀଙ୍କ କଥାକୁ ଗୁରୁତ୍ୱ ଦେବାର । ଚାଷକୁ ଭଲ ପାଇବାର । ନାକ ଟେକିବାନି ବରଂ ନିଜେ ଚାଷ ଓ ଚାଷୀର ଗହନ କଥାକୁ ଅନୁକରଣ କରିବା । କୃଷି ପାଠ୍ୟକ୍ରମକୁ ବି ସମ୍ମାନ ଦେବା । ଆମ ଚାଷୀ ଆମ ଦେଶର ବଳ । ଆମ ଶକ୍ତି ଆଉ ଚେତନାର ପରିମାପକ । ଆମ ସଂସ୍କୃତିର ମୂଳାଧାର । ସେ ଚାଷୀ କୁଳକୁ ମୋର କୋଟି ନମନ ……..

(ସମ୍ପାଦକ – ଶ୍ୟାମଳସୁବର୍ଣ୍ଣ , ବାସୁଦେବପୁର , ଭଦ୍ରକ )

Leave A Reply

Your email address will not be published.