Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ମୃତ ଓ ୧୫ ଆହତ

ବାରିପଦା/ବାଲେଶ୍ୱର : ରାଜ୍ୟର ବାରିପଦା ଓ ବାଲେଶ୍ୱରରେ ସୋମବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହେବା ସହ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ମୟୂରଭଞ୍ଜା ଜିଲ୍ଲାରେ ସୋମବାର ଏକ ବାଇକକୁ ବିପରୀତ ଦିଗରୁ ଆସୁଥିବା ଗୋଟିଏ ଅଜଣା ଗାଡି ଧକ୍କା ଦେବାରୁ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ଏକ ବିବାହ ଭୋଜିରୁ ଯୋଗଦେଇ ବେତନଟି ବ୍ଲକ୍ ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

ମୃତକଙ୍କ ନାମ ବିଶ୍ୱଜିତ ପଣ୍ଡା, ବଙ୍କୁ ପାତ୍ର ଓ ସୁଧିର ଦାସ ହୋଇଥିବା ବେଳେ ସମସ୍ତେ ବଇଁସିଙ୍ଗା ଥାନା ଅନ୍ତର୍ଗତ ବ୍ରହ୍ମପୁର ଓ ବିଶ୍ରାମପୁର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି ।

ସେହିପରି ଜିଲ୍ଲାର ଦହିକୋଟି ନିକଟରେ ଆଜି ଭୋରରୁ ଏକ ବାଇକ ଦୁର୍ଘଟଣା ଗସ୍ତ ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ଅମୂଲ୍ୟ ବେହେରା ଓ ସେ ବାରିପଦା ଜିଲ୍ଲାର ବାଶ୍ୱସାରୀ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

ଆହୁରି ମଧ୍ୟ ଜିଲ୍ଲାର ବେତନଟି ଅଞ୍ଚଳରେ ଏକ ଦ୍ରୁତଗାମୀ ଟ୍ରକ୍ ଏକ ବାଇକକୁ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛି। ଆହତ ଜଣକ ହେଲେ ପ୍ରଭାତ ସେଣ୍ଡ। ଗଣମାଧ୍ୟମକୁ ସୂଚନା ଦେଇ ପ୍ରଭାତ କହିଛନ୍ତି, ସେମାନେ ବାଲେଶ୍ୱରର ଫୌଲାଦି ଅଞ୍ଚଳରୁ ଆସୁଥିବାବେଳେ ସାମ୍ନା ପଟୁ ଏକ ଟ୍ରକ୍ ଆସି ସେମାନଙ୍କ ଗାଡ଼ିକୁ ଧକ୍କା ଦେଇ ଚାଲି ଯାଇଥିଲା।

ସେହିପରି ବାଲେଶ୍ୱର ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥରେ ଏକ ବୋଲେରୋ ସହ ଗୋଟିଏ ଟ୍ରକ୍ ଧକ୍କା ହେବାରୁ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ସାହାଜାନ୍ ଖାନ୍ ବୋଲି ଜଣାପଡିଛି ।

ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.