Latest Odisha News

ଦେଶରେ ୨ ଲକ୍ଷ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଖସୁଛି । ସେକେଣ୍ଡ ଓ୍ୱେଭରେ ୪ ଲକ୍ଷ ପାର କରିଥିବା ସଂକ୍ରମଣ ଆଜି ୨ଲକ୍ଷ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଲକ୍ଷେ ୯୬ ୪୨୭ ପଜିଟିଭ୍ । ଏହି ସମୟରେ ୨୦ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଛି ।

ପାଖାପାଖି ଦେଢ଼ ମାସ ପରେ ଦୈନିକ ସଂକ୍ରମଣ ୨ ଲକ୍ଷ ତଳକୁ ଖସିଛି । ଗତ ଏପ୍ରିଲ ୧୪ ତାରିଖ ପରେ ଦୈନିକ ସଂକ୍ରମଣରେ ସର୍ବାଧିକ ହ୍ରାସ ଦେଖିବାକୁ ମିଳିଛି । ମହାରାଷ୍ଟ୍ର ପରେ କର୍ଣ୍ଣାଟକ, କେରଳ, ତାମିଲନାଡୁ ଓ ଉତ୍ତରପ୍ରଦେଶରେ ସଂକ୍ରମଣ ବଢୁଛି ।

ସେହିପରି ୨୪ ଘଣ୍ଟାରେ ୪ ହଜାର ତଳକୁ ଖସିଛି ମୃତ୍ୟୁସଂଖ୍ୟା । ଆଜି କରୋନା ୩ହଜାର ୫୧୧ ଜୀବନ । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ଲକ୍ଷ ୭ହଜାର ୨୩୧କୁ ବୃଦ୍ଧି ପାଇଛି ।

ଏବେ ଦେଶରେ ପ୍ରତିଦିନ ସଂକ୍ରମିତ କମ୍ । ସୁସ୍ଥ ହେଉଛନ୍ତି ଅଧିକ। ଖସୁଛି ଆକ୍ଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ୩ଲକ୍ଷ ୨୬ ହଜାର ୮୫୦ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୬୯ଲକ୍ଷ ୪୮ହଜାର ଥିବା ବେଳେ ସୁସ୍ଥ ହୋଇଛନ୍ତି ୨କୋଟି ୪୦ ଲକ୍ଷ ୫୪ ହଜାର । ଏବେ ଦେଶରେ ୨୫ଲକ୍ଷ ୮୬ହଜାର ୭୮୨ ଆକ୍ଟିଭ୍ କେସ୍ ରହିଛି ।

Comments are closed.