ବିଶାଖାପାଟନମ୍: ଆଜି ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ସ୍ଥିତ ଏକ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ଏଚପିସିଏଲ) ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।
ସୂଚନା ଅନୁଯାୟୀ ଅଗ୍ନିଶମ ବିଭାଗ କର୍ମଚାର ତୁରନ୍ତ ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।
“HPCL ର ୟୁନିଟ୍-୩ ପ୍ଲାଣ୍ଟରେ ଏକ ବିସ୍ଫୋରଣ ଘଟିଥିବାର ସୂଚନା ମିଳିଛି। ଘଟଣାସ୍ଥଳରେ ପାଞ୍ଚଟି ଅଗ୍ନିଶମ ବାହିନୀ ଉପସ୍ଥିତ ରହି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅଧିକ ଅଗ୍ନିଶମ ଟେଣ୍ଡର ଜାରି କରାଯାଇଛି।।”
ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ବୋଲି ଅଧିକାରୀମାନେ କହିଛନ୍ତି। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି।
Comments are closed.