Latest Odisha News

କୋକେଇରେ ବାହୁଡିଗଲା ବର

ବରଗଡ: ନିର୍ଦ୍ଦୟ ମହାମାରୀ । ମାଆ କୋଳରୁ ପୁଅକୁ ଛଡ଼ାଇ ନେଇଛି । ଆଉ କିଛି ଦିନରେ ବର ବେଶରେ ଆସିଥାନ୍ତା , ହେଲେ ପୁଅ ଆସିଲା କୋକେଇରେ । କରୋନା ମହାମାରୀ ପରିବାରର ସବୁ ଖୁସି ଛଡେଇ ନେଲା । ବେଦୀରେ ହୋମ ନିଆଁ ନଜଳି ମଶାଣିରେ ଜଳିଲା ଯୁଇ ।

ବରଗଡ ଜିଲ୍ଲାର ଲହଣ୍ଡା ପଂଚାୟତ ଯୋଗୀପାଲି ଗାଁର ବାସିନ୍ଦା ହେଉଛନ୍ତି ଜୀବର୍ଦ୍ଧନ ଭୋଇ । ସମ୍ବଲପୁରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଗତ ୨୫ ତାରିଖରେ ତାଙ୍କର ବିବାହ ହେଇଥାନ୍ତା । ସେଥିପାଇଁ ଛୁଟିରେ ଘରକୁ ଆସି ବିବାହ କାର୍ଯ୍ୟ ପାଇଁ ପରିବାର ଲୋକଙ୍କ ସହ ସାମିଲ ହୋଇଥିଲେ ।

ହେଲେ ଗତ ୨୧ ତାରିଖ ଦିନ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସମ୍ବଲପୁର କୋଭିଡ ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଥିଲା । ଆଉ ସେଠାରେ ସବୁଦିନ ପାଇଁ ଆଖି ବୁଜିଦେଲେ ଜିବର୍ଦ୍ଧନ । ବାହାଘର ଦିନ ହିଁ ସବୁ ଦିନ ପାଇଁ ବିଦାୟ ନେଇଗଲେ । ଏହି ଘଟଣା ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି ।

Comments are closed.