Latest Odisha News

BREAKING NEWS

ଏଲୋପାଥି ବିବାଦ: ବାବା ରାମଦେବଙ୍କ ବିରୋଧରେ ଦେଶବ୍ୟାପୀ ଡାକ୍ତରଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ: ଏଲୋପାଥି ଚିକିତ୍ସାକୁ ନେଇ ବାବା ରାମଦେବଙ୍କ ସହିତ ଡାକ୍ତରଙ୍କ ବିବାଦ ଥମିବାର ନାଁ ଧରୁନି । ଆଜି ଯୋଗଗୁରୁଙ୍କ ବିରୋଧରେ ଦେଶବ୍ୟାପୀ ଡାକ୍ତର ବିରୋଧ ପ୍ରଦର୍ଶନ କରୁଛନ୍ତି । କରୋନା ମହାମାରୀ ଭିତରେ ବାବା ରାମଦେବଙ୍କ ଏଲୋପାଥି ବିବାଦ ସରକାରଙ୍କ ଚିନ୍ତା ବି ବଢ଼ାଇଛି ।

ସରକାରୀ ଓ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ସମସ୍ତ ଡାକ୍ତର କଳା ବ୍ୟାଜ୍ ପିନ୍ଧି ରୋଗୀ ସେବା କରୁଛନ୍ତି । ଏଥିରେ ସାମିଲ ହୋଇଛନ୍ତି ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡକ୍ଟର ଆସୋସିଏସନ୍, ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଓ ଫେମା ସହିତ ଜଡିତ ଡାକ୍ତର ।

ବିରୋଧ ପ୍ରଦର୍ସକାରୀ ଡାକ୍ତର କହିଛନ୍ତି. ମହାମାରୀ ସମୟରେ ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବା ସବୁଠୁ ବଡ଼ ପ୍ରାଥମିକତା । ଚିକିତ୍ସାରେ ଯେଭଳି କୌଣସି ବାଧା ସୃଷ୍ଟି ନହୁଏ ସେଥିପାଇଁ ସମସ୍ତେ କଳା ବ୍ୟାଜ୍ ପିନ୍ଧି ବାବା ରାମଦେବଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି ।

ସେମାନେ ଚେତେଇ ଦେଇଛନ୍ତି, ଆଗକୁ ସରକାର ବାବା ରାମଦେବଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନକୁ ଅଧିକ କଡ଼ାକଡ଼ି କରାଯିବ । ଦିଲ୍ଲୀ ଏମ୍ସ, ସଫଦରଜଙ୍ଗ ହସ୍ପିଟାଲ ସମେତ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ବି ବିରୋଧ ପ୍ରଦର୍ଶନରେ ସାମିଲ ହୋଇଛନ୍ତି ।

Comments are closed.