ପୁରୀ : ଆଜି ହେଉଛି ବିଶ୍ୱ ମହାସାଗର ଦିବସ ବା ‘ୱାର୍ଲଡ ଓସନ୍ ଡେ’ । ପ୍ରତିବର୍ଷ ଜୁନ୍ ମାସ ୮ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ମହାସାଗର ଜଳରାଶି ପ୍ରଦୂଷଣ ମୁକ୍ତ ରଖିବା ସହିତ ଲୋକଙ୍କୁ ସଚେତନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ମହାସାଗର ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଏନେଇ ପୁରୀ ସମୁଦ୍ର କୂଳରେ ନିଆରା ଢଙ୍ଗରେ ଲୋକଙ୍କୁ ସଚେତନ ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।ପୁରୀ ବେଳାଭୂମିରେ ବାଲୁକା କଳାରେ ଲୋକଙ୍କୁ ବୁଝାଇଛନ୍ତି । ପୃଥିବୀରେ ୭୦ଭାଗ ଜଳରାଶି ରହିଛି । ଖାସ୍ କରି ୫୦ ପ୍ରତିଶତ ଅମ୍ଲଜାନ ମଧ୍ୟ ମହାସାଗରରୁ ଉତ୍ପନ ହୋଇଥାଏ । ଯାହା ପାଇଁ ଜୀଜଗତ ଏକରକମର ତିଷ୍ଠି ରହିଛି । ଯଦି ସମୁଦ୍ର ପ୍ରଦୂଷିତ ହୋଇଯାଏ ତେବେ ଜୀବଜଗତ ଅଚିରେ ଲୋପ ପାଇଯିବ ଏଥିରେ ସନ୍ଦେହ ନାହିଁ । ତେଣୁ ମାନବଜାତି ସଚେତନ ହେବା ସହିତ ସମୁଦ୍ର ଯେପରି ପ୍ରଦୂଷଣ ନହୁଏ ସେଥିପ୍ରତି ଗୁରୁତ୍ୱ ଦେବା ଜରୁରୀ ହୋଇଛି । ଯାହାକୁ ବାଲୁକାକଳା ମାଧ୍ୟମରେ ଜଣାଇଛନ୍ତି ସୁଦର୍ଶନ ।
BREAKING NEWS
- ପାଣିରେ ପଡିବ ଏଥର ଅଧିବେଶନ…ଆଜି ବି ପ୍ରଶ୍ନକାଳରୁ ମୁଲତବି
- ଚଳ ଚଞ୍ଚଳ ଓଡିଆ ସିନେଜଗତ, ବକ୍ସ ଅଫିସରେ ଧମାଲ କରୁଛି ‘ଘମାଘୋଟ’
- ମହାକାଶରେ କ’ଣ ଖାଆନ୍ତି ମହାକାଶଚାରୀ ?
- ଗୋଷ୍ଠୀ ସଂଘର୍ଷ: ଦୁଇ ଗୋଷ୍ଠୀ ମଧ୍ୟରେ ମରଣାନ୍ତକ ଆକ୍ରମଣ, ୯ ଆହତ
- ୩ ଦିନିଆ ଓଡ଼ିଶା ଗସ୍ତରେ ଅମିତ ଶାହା, ଉଦ୍ଘାଟନ କରିବେ ଭିମ୍ସାର ସୁପର ସ୍ପେଶିଆଲିଟି କୋଠା
- ପଦ୍ମଭୂଷଣ ରମାକାନ୍ତ ରଥଙ୍କୁ ଅନ୍ତିମ ବିଦାୟ, ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ ହେବ ଶେଷକୃତ୍ୟ
- ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ
- ରେକର୍ଡ ଭାଙ୍ଗୁଛି ତାତି, ଦୁଇ ଦିନ ପ୍ରଚଣ୍ଡ ଗରମ: ୩ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
- ଏହି ଆସନ ଦୂର କରେ ମାସିକ ଧର୍ମ ଅନିୟମିତତା ସମସ୍ୟା…
- ରାଜ୍ୟରେ ଆରମ୍ଭ ହେବ ଜନ ପୋଷଣ କେନ୍ଦ୍ର
Comments are closed.