ପୁରୀ:ମହାନ ବୈଜ୍ଞାନିକମାନଙ୍କ ଅତୁଳନୀୟ ଅବଦାନ ଯୋଗୁ ଆମ ଜୀବନ ଏବଂ ଚଳଣି ସହଜ ହେଉଛି । ତେବେ ଏଥିଯୋଗୁ କେତେକ ମହାନ ବୈଜ୍ଞାନିକଙ୍କ ପ୍ରାଣ ମଧ୍ୟ ଯାଇଛି । ଆସନ୍ତୁ ଜାଣିବା ମହାନ ଆବିଷ୍କାରକଙ୍କ ଜୀବନ କିପରି ତାଙ୍କ ଆବିଷ୍କାର ଯୋଗୁ ଯାଇଛି-
ୱିଲିୟମ ବୁଲକ: ଆମେରିକାର ୱିଲିୟମ ବୁଲକ ରୋଟରୀ ପ୍ରିଟିଂ ପ୍ରେସର ଜନକ କହିଲେ ଭୁଲ ହେବନି । ସେ ପ୍ରିଟିଂ ଇଣ୍ଡଷ୍ଟ୍ରିରେ କ୍ରାନ୍ତି ଆଣିଥିଲେ କହିଲେ ଭୁଲ ହେବନି । ସବୁଠାରୁ ଦୁଃଖର କଥା ନିଜ ତିଆରି ପ୍ରିଟିଂ ପ୍ରେସର ତ୍ରୁଟି ସୁଧାରିବା ବେଳେ ସେଥିରେ ଚାପି ହୋଇ ତାଙ୍କ ପ୍ରାଣ ଯାଇଥିଲା ।
ମେରୀ କ୍ୟୁରୀ:ରେଡିୟମ ଓ ପୋଲାନିୟମ ନାମକ ତତ୍ୱ ଖୋଜି ବାହାର କରି ସାରା ବିଶ୍ୱରେ ଚର୍ଚ୍ଚିତ ହୋଇ ପଡିଥିଲେ ମେରୀ କ୍ୟୁରୀ । ଏହାର ଅନୁସନ୍ଧାନ ବେଳେ ରେଡିଓ ଆକ୍ଟିଭ ସଂସ୍ପର୍ଶରେ ଆସି ସେ ରୋଗଗ୍ରସ୍ତ ହୋଇ ପଡିଥିଲେ । ଯାହାର କାରଣ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିଲା ।
ଫ୍ରାଂଜ ରିଚଲ୍ଟେ: ଅଷ୍ଟ୍ରିଆର ଫ୍ରାଂଜ ରିଚଲ୍ଟେଙ୍କୁ ଆଧୁନିକ ୱିଙ୍ଗସୁଟର ଜନକ ବୋଲି କୁହାଯାଏ । ଏହାର ସଫଳ ପରୀକ୍ଷଣ ପାଇଁ ସେ ପ୍ୟାରିସର ଏଫିଲ ଟାୱାରରୁ ଡେଇଁଥିଲେ । ମାତ୍ର ଏହା ଠିକ୍ ଭାବେ କାମ ନ କରିବାରୁ ସେ ମୃତ୍ୟୁବରଣ କରିଥିଲେ ।
ହେନେରୀ ସ୍ମୋଲିସ୍କି: ୧୯୭୩ରେ ହେନେରୀ ସ୍ମୋଲିସ୍କି ଉଡନ୍ତା କାର ନିର୍ମାଣ କରିଥିଲେ । ଟେଷ୍ଟ କରିବା ପାଇଁ ସେ ନିଜ ଫ୍ଲାଇଙ୍ଗ କାର ବସି ଉଡାଇଥିଲେ ତାହା ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିଲା ଏବଂ ଏଥିରେ ତାଙ୍କ ପ୍ରାଣ ମଧ୍ୟ ଯାଇଥିଲା ।
ହ୍ୟାରିସ ଲସନ ହେନଲୀ: ଆମେରିକାରେ ଜନ୍ମିତ ହ୍ୟାରିଶ ଲସନ ନେଲୀ ହାତରେ ଚଳା ଯାଇପାରୁଥିବା ବୁଡା ଜାହାଜ ତିଆରି କରିଥିଲେ । ଏହାକୁ ଗଭୀର ସମୁଦ୍ରରେ ପରୀକ୍ଷା କରୁଥିବା ବେଳେ ସେ ତାଙ୍କ କ୍ରୁ ମେମ୍ବର୍ସ ସହ ବୁଡି ଯାଇଥିଲେ ।
BREAKING NEWS
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
Comments are closed.