ମୁମ୍ବାଇ: ଲଗାଣ ବର୍ଷା ପରେ ମୁମ୍ୱାଇରେ ଭୁଶୁଡ଼ିଲା ଚାରି ମହଲା କୋଠା । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଭଗ୍ନାଂବଶେଷ ତଳେ କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରେସନ୍ । ଅଗ୍ନିଶମ, ଏନଡିଆରଏଫ୍ ଓ ପୋଲିସ ଲାଗିଛନ୍ତି । ଗତକାଲି ରାତି ପାଖାପାଖି ୧୧ଟା ବେଳେ ମାଲାଡ ଓ୍ୱେଷ୍ଟ ଅଞ୍ଚଳରେ ଥିବା ୪ ମହାଲା ବିଲଡିଂ ଭୁଶୁଡି ପଡ଼ିଥିଲା ।
Maharashtra: Search and rescue operation continues in New Collector compound, Malad West of Mumbai, where residential structures collapsed last night. 11 people died, 7 injured.
Visuals from the spot, this morning. pic.twitter.com/ct7HhErNHF
— ANI (@ANI) June 10, 2021
କିଛି ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଭିତରେ କିଛି ମହିଳା ଓ ଶିଶୁ ଅଛନ୍ତି । ନିଉ କଲେକ୍ଟର କମ୍ପାଉଣ୍ଡରେ ଥିବା ଏହି କୋଠାଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା । ଦୁଇ ଦିନର ଲଗାଣ ବର୍ଷେ ପରେ କାଲି ରାତିରେ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।
Comments are closed.