Latest Odisha News

BREAKING NEWS

କରୋନା ମୃତ୍ୟୁରେ ଲମ୍ବା ଲମ୍ଫ: ଦିନକରେ ଦେଶରୁ ରେକର୍ଡ ୬ ହଜାର ମୃତ୍ୟୁ, ୯୪ହଜାର ନୂଆ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ହଠାତ୍ ଲମ୍ବା ଡିଆଁ ମାରିଛି ଦୈନିକ ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ରେକର୍ଡ ୬ହଜାର ୧୪୮ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ବିହାର ସରକାର ତାଲିକାରେ ୩ହଜାର ୯୫୧ ମୃତ୍ୟୁସଂଖ୍ୟା ଯୋଡ଼ିବା ପରେ ଦିନକରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୦୦୦ ପାର କରିଛି । ଦେଶରେ କରୋନାରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୫୯ହଜାର ୬୭୬ ଜୀବନ ଗଲାଣି ।

କ୍ରମାଗତ ତୃତୀୟ ଦିନରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ତଳେ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୯୪ହଜାର ୫୨ ନୂଆ ଆକ୍ରାନ୍ତ । ତାମିଲନାଡୁ, କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରୁ ଅଧିକ ସଂକ୍ରମିତ ବାହାରିଛନ୍ତି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୧ଲକ୍ଷ ୮୩ ହଜାର ପାର କରିଛି । ୧୫ଟି ରାଜ୍ୟରେ ପଜିଟିଭିଟି ରେଟ୍ ଏବେ ବି ୫ ପ୍ରତିଶତରୁ ଅଧିକ ରହିଛି ।

ଦେଶରେ ବଢୁଛି ସୁସ୍ଥ ହାର । ଦୈନିକ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ଆଉ ୧ଲକ୍ଷ ୫୧ହଜାର ୩୬୭ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ମୋଟ୍ ସୁସ୍ଥ ସଂଖ୍ୟା ୨କୋଟି ୭୬ଲକ୍ଷ ୫୫ ହଜାରରୁ ଅଧିକ । ଏବେ ଦେଶରେ ୧୧ଲକ୍ଷ ୬୭ହଜାର ୯୫୨ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.