Latest Odisha News

BREAKING NEWS

ଗୋଚରଜମି ଦଖଲ ନେଇ ନାବାଳକକୁ ହତ୍ୟା

ବାରିପଦା : ଗୋଚରଜମି ଦଖଲକୁ ନେଇ ହତ୍ୟାକାଣ୍ଡ । ଦଶମ ଶ୍ରେଣୀ ଛାତ୍ର ହରେକୃଷ୍ଣ ମହାନ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣିଲେ ଦୁବୃର୍ତ୍ତ ।। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ମହୁଲବଣୀ ଗାଁରେ ।

BjdElectrycity

ସରକାରୀ ଗୋଚର ଜମି ଦଖଲକୁ ନେଇ ଉନ୍ମତ୍ତ କାଣ୍ଡ । ବିବାଦ ଯୋଗୁଁ ଚାଲିଗଲା ନାବାଳକର ଜୀବନ। ଗୋଚର ଜମି ଦଖଲ ବିବାଦରେ ବଳିପଡ଼ିଲା ଗୋଟିଏ ନିରୀହ ଜୀବନ । ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳକ ଛାତ୍ରକୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣିଲେ ବିପକ୍ଷ । ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ହୋଇଯାଇଛି ।

ମହୁଲବଣୀ ଗ୍ରାମରେ ଥିବା ଗୋଚର ଜାଗାରେ ରଘୁନାଥ ମହାନ୍ତ ଘର କରି ଦୀର୍ଘ ୧୦ ବର୍ଷ ଧରି ରହୁଥିବା ବେଳେ ସେହି ଗ୍ରାମର କୋମଲ ଲୋଚନ ମହାନ୍ତ, ରଘୁନାଥ ମହାନ୍ତଙ୍କ ବାଡ ଉଠାଇ ଜାଗା ଦଖଲ ପାଇଁ ଉଦ୍ୟମ କରିଥିଲେ । ଯାହାକୁନେଇ ଗତକାଲି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ତେବେ ସଂନ୍ଧ୍ୟାରେ ଗୋଚର ଜାଗାରେ ଥିବା ଘରେ ରଘୁନାଥ ମହାନ୍ତ ନଥିବା ବେଳେ ତାଙ୍କ ନାତି ହରେକୃଷ୍ଣ ମହାନ୍ତ
ଶୋଇଥିଲେ । ହଠାତ ନିଶାଶକ୍ତ ଅବସ୍ଥାରେ ତିନିଜଣ ଜାଗା ନେଇ ବଚସା ଆରମ୍ଭ କରିଦେଇଥିଲେ ।

ତେବେ ନିଶାସକ୍ତ ଅବସ୍ଥାରେ ଥିବା ତିନି ଜଣ  ନାବାଳକକୁ ବାହାରକୁ ଆଣି ଗୋଡ଼ାଇ ହତ୍ୟା କରିଥିଲେ ।। ଖବରପାଇ ମୋରଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ କୋମଲ ଲୋଚନ ମହାନ୍ତ ଫେରାର ହୋଇ ଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

Leave A Reply

Your email address will not be published.