Latest Odisha News

BREAKING NEWS

ଆସନ୍ତାକାଲି ଅନୁଷ୍ଠିତ ହେବ କୁଳପତି ସମ୍ମିଳନୀ

ଭୁବନେଶ୍ବର : ଆସନ୍ତାକାଲି ଅନୁଷ୍ଠିତ ହେବ କୁଳପତି ସମ୍ମିଳନୀ । ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଆସୁଥିବା ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ କୁଳପତି ଏହି ବୈଠକରେ ସାମିଲ ହେବେ । ତେବେ କରୋନା ପାଇଁ ଭର୍ଚୁଆଲ ମୋଡରେ ସକାଳ ୧୦ଟାରେ ସମ୍ମିଳନୀ ଆରମ୍ଭ ହେବ ।

କରୋନା ଭଳି ମହାମାରୀ ଯୋଗୁଁ ସାରା ରାଜ୍ୟରେ ଲାଗୁ ହୋଇଛି ଲକଡାଉନ୍ । ଲକଡାଉନ ଯୋଗୁଁ ଶିକ୍ଷାନୁଷ୍ଠାନରେ ପାଠପଢ଼ା ବନ୍ଦ ରହିଛି । ତେବେ କିପରି ଆଗକୁ ପାଠପଢ଼ା ହେବ, ତାସାଙ୍ଗକୁ ପରୀକ୍ଷା ହେବ ତାକୁ ନେଇ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଲକଡାଉନ ସମୟରେ କୋର୍ସ କେତେ ଆଗେଇଛି, ସେ ସମ୍ପର୍କରେ ଅନୁଧ୍ୟାନ କରାଯିବ । ସେହିପରି ମହାମାରୀ ସମୟରେ ୟୁଜି ଓ ପିଜି ପରୀକ୍ଷା କେମିତି ହେବ, ସେନେଇ କୁଳପତିମାନଙ୍କ ମତାମତ ନିଆଯିବ । ଏହାପରେ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ କରାଯିବ । ପରୀକ୍ଷା ନେଇ ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ମତ ନିଆଯିବ । ତେବେ ପରୀକ୍ଷା ଅନଲାଇନ କି ଅଫଲାଇନରେ ହେବ ସେନେଇ ଆଲୋଚନା ପରେ ବିଭାଗ ନିଷ୍ପତ୍ତି ନେବ ବୋଲି ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.