Latest Odisha News

BREAKING NEWS

ଫିଲ୍ମ ‘ତୁଫାନ୍‌’ର ନୂଆ ରିଲିଜ ଡେଟ୍‌ ଘୋଷଣା କଲେ ଫରହାନ୍‌

ମୁମ୍ବାଇ: ଅଭିନେତା ଫରହାନ ଅଖତର ତାଙ୍କର ଆଗାମୀ ଫିଲ୍ମ ‘ତୁଫାନ’ର ନୂଆ ରିଲିଜ ତାରିଖ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଫିଲ୍ମ ମେ ୨୧ରେ ରିଲିଜ ହେବାର ଥିଲା।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାର ରିଲିଜ ଡେଟ୍‌କୁ ସ୍ଥଗିତ ରଖାଯାଇଥିଲା। ତେବେ ଫିଲ୍ମ ବର୍ତ୍ତମାନ ଜୁଲାଇ ୧୬ ରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାକେଶ ଓମପ୍ରକାଶ ମେହେରା। ଏଥିରେ ଫର୍‌ହାନ ଏକ ଜାତୀୟ ସ୍ତରର ବକ୍ସିଂ ଖେଳାଳିଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ମୃଣାଳ ଠାକୁର, ପରେଶ ରାୱଲ, ସୁପ୍ରିୟା ପାଠକ କପୁର ଏବଂ ହୁସେନ୍ ଦଲାଲ ମଧ୍ୟ ଅଭିନୟ କରିଛନ୍ତି।

Comments are closed.