Latest Odisha News

BREAKING NEWS

ସିବିଏସଇ ଦ୍ୱାଦଶ ମୂଲ୍ୟାୟନ ମାନଦଣ୍ଡ: ଆଜି ସୁପ୍ରମକୋର୍ଟରେ ଜବାବ ରଖିବ ସିବିଏସଇ

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କେମିତି ହେବ ମୂଲ୍ୟାୟନ ? କଣ ରହିବ ମାନଦଣ୍ଡ ? ଆଜି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବେ ସିବିଏସଇ କର୍ତ୍ତୃପକ୍ଷ । ଆଜି ଏସମ୍ପର୍କିତ ମାମଲାର ଶୁଣାଣି ରହିଛି । ଜଷ୍ଟିସ ଏ. ଏମ୍. ଖନଓ୍ୱିଲକର ଓ ଜଷ୍ଟିସ ଦୀନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ପୂର୍ବରୁ ଗତ ୩ ତାରିଖରେ ମାମଲାର ଶୁଣାଣି କରି ଦୁଇ ସପ୍ତାହ ଭିତରେ ମୂଲ୍ୟାୟନ ମାନଦଣ୍ଡ ସ୍ଥିର କରି ଜଣାଇବା ପାଇଁ କହିଥିଲେ କୋର୍ଟ ।

ମୂଲ୍ୟାୟନ ନେଇ ଗତ ୪ ତାରିଖରେ ଏକ ୧୩ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲା ସିବିଏସଇ । କେମିତି ଓ କେଉଁ ପ୍ରକ୍ରିୟାରେ ମୂଲ୍ୟାୟନ ହେବ ସେନେଇ କମିଟି ସଦସ୍ୟ ବିଚାବିମର୍ଶ କରିଛନ୍ତି । କମିଟିର ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟରେ ଜବାବ ରଖିବେ ସିବିଏସଇ କର୍ତ୍ତୃପକ୍ଷ । କୁହାଯାଉଛି ଦଶମ, ଏକାଦଶ ଶ୍ରେଣୀ ମାର୍କ ଓ ଦ୍ୱାଦଶ ଶ୍ରେଣୀ ଇଣ୍ଟରନାଲ୍ ମାର୍କ ଆଧାରରେ ମୂଲ୍ୟାୟନ ହୋଇପାରେ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଥିଲା । ତେବେ କେମିତି ହେବ ମୂଲ୍ୟାୟନ ତାଉପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ନଜର ରହିଛି । ସେହିପରି ICSE ଦ୍ୱାଦଶ ବୋର୍ଡ ପରୀକ୍ଷା ବି ବାତିଲ ହୋଇଛି ।

Leave A Reply

Your email address will not be published.