Latest Odisha News

BREAKING NEWS

କଟକରେ ଜଘନ୍ୟ ହତ୍ୟାକାଣ୍ଡ: ଯୁବକଙ୍କୁ ଗଳା କାଟି ହତ୍ୟା, ମହିଳା ଗୁରୁତର

କଟକ:  ଜଘନ୍ୟ ହତ୍ୟାକାଣ୍ଡ । ଫୁଟପାଥରେ ଶୋଇଥିବା ବେଳେ ଯୁବକଙ୍କୁ ଗଳା କାଟି ନିର୍ମମ ହତ୍ୟା । ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛି । କଟକ ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ ଛକ ସିଡିଏ ମାର୍କେଟରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମୃତକଙ୍କ ନାଁ ସନାତନ ଦାସ ଓ ଘର ଜଗତସିଂହପୁର ଜିଲ୍ଲାରେ । ସେ ଜଣେ ଶ୍ରମିକ ଶ୍ରେଣୀର ବୋଲି ସୂଚନା ମିଳିଛି । ଫୁଟପାଥରେ ରାତ୍ରିଯାପନ କରୁଥିଲେ । ମହିଳାଙ୍କ ନାଁ ମାଳତି ବିଶ୍ୱାଳ । ମୃତ ମହିଳାଙ୍କ ସ୍ୱାମୀ ଏହି ହତ୍ୟାକାଣ୍ଡ କରିଥିବା ଅଭିଯୋଗ ହୋଇଛି । ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ କରୁଛି ପୋଲିସ ।

ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ଖୋଳତାଡ କରୁଛି ମାଲଗୋଦାମ ଥାନା ପୋଲିସ । ହତ୍ୟାକାଣ୍ଡର ପ୍ରକୃତ କାରଣ କଣ ? ପରକୀୟ ପ୍ରୀତିରୁ ହତ୍ୟା ଓ ଏହା ପଛରେ ଆଉ କିଛି କାରଣ ରହିଛି ? ତଦନ୍ତ ପରେ ସତ ସାମନାକୁ ଆସିବ ।

Leave A Reply

Your email address will not be published.